୨୦୨୫ ଚାମ୍ପିଅନ୍ସ ଟ୍ରଫି ପରେ ଅବସର ନେଇପାରନ୍ତି ସାକିବ୍
ନୂଆଦିଲ୍ଲୀ: ବାଂଲାଦେଶ ଅଧିନାୟକ ସାକିବ ଅଲ୍ ହାସନ୍ ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରେ ଆନ୍ତର୍ଜାତିକ କ୍ରିକେଟ୍ରୁ ସନ୍ୟାସ ନେଇପାରନ୍ତି। ଆସନ୍ତା ଦିନିକିଆ ବିଶ୍ବକପ୍ ପରେ ସେ ଟେଷ୍ଟ କ୍ରିକେଟ୍ରୁ ଅବସର ନେବାକୁ ସଙ୍କେତ ଦେଇସାରିଛନ୍ତି। ସେହିପରି ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଏହି ଫର୍ମାଟ୍ରୁ ଅବସର ନେବାକୁ ଚିନ୍ତା କରୁଥିବା ସୂଚନା ଦେଇଛନ୍ତି। ଏକ ସାକ୍ଷତକାରରେ ସାକିବ୍ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ଗୋଟିକ ପରେ ଗୋଟିଏ ଫର୍ମାଟ୍ରୁ ସେ ଅବସର ନେବେ। ୨୦୨୫ […]
ନୂଆଦିଲ୍ଲୀ: ବାଂଲାଦେଶ ଅଧିନାୟକ ସାକିବ ଅଲ୍ ହାସନ୍ ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରେ ଆନ୍ତର୍ଜାତିକ କ୍ରିକେଟ୍ରୁ ସନ୍ୟାସ ନେଇପାରନ୍ତି। ଆସନ୍ତା ଦିନିକିଆ ବିଶ୍ବକପ୍ ପରେ ସେ ଟେଷ୍ଟ କ୍ରିକେଟ୍ରୁ ଅବସର ନେବାକୁ ସଙ୍କେତ ଦେଇସାରିଛନ୍ତି। ସେହିପରି ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଏହି ଫର୍ମାଟ୍ରୁ ଅବସର ନେବାକୁ ଚିନ୍ତା କରୁଥିବା ସୂଚନା ଦେଇଛନ୍ତି। ଏକ ସାକ୍ଷତକାରରେ ସାକିବ୍ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ଗୋଟିକ ପରେ ଗୋଟିଏ ଫର୍ମାଟ୍ରୁ ସେ ଅବସର ନେବେ। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରେ ସେ ଅବସର ବିଷୟରେ ଘୋଷଣା କରିବେ ବୋଲି କହିଛନ୍ତି। ଏଥିସହିତ ଆସନ୍ତା ଦିନିକିଆ ବିଶ୍ବକପ୍ରେ ସେ ଶେଷ ଥର ପାଇଁ ବାଂଲାଦେଶର ନେତୃତ୍ବ ନେବେ ବୋଲି ସ୍ପଷ୍ଟ କରିଛନ୍ତି। ସେ କେବଳ ତାଙ୍କ ବୋଲିଂ ଉପରେ ଅଧିକ ଧ୍ୟାନ ଦେବେ ଏବଂ ବ୍ୟାଟିଂ ଓ କ୍ଷେତ୍ରରକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ। ଏଥିପାଇଁ ଦଳର ନେତୃତ୍ବ ନେବା ଦାୟିତ୍ବରୁ ଓହରିବାକୁ ପଡ଼ିବ। ଖେଳଜୀବନର ଶେଷ ପାହାଚରେ ଅଧିକ ଚାପ ନେଇ ଖେଳିବାକୁ ସେ ଚାହାନ୍ତି ନାହିଁ ବୋଲି ପ୍ରକାଶ କରିଥିଲେ। ବିଶ୍ବକପ୍ରେ ଅକ୍ଟୋବର ୭ ତାରିଖରେ ବାଂଲାଦେଶର ପ୍ରଥମ ମୁକାବିଲା ଆଫଗାନିସ୍ତାନ ସହିତ ହେବ।




