୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଆଇସିସି ଜାରି କଲା ନୂଆ ଲୋଗୋ

ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଆଉ ୬ ମାସରୁ କମ୍ ସମୟ ରହିଲା। ଏଥିପୂର୍ବରୁ ଆଇସିସି ପକ୍ଷରୁ ଏହି ସୀମିତ ଓଭର ବିଶ୍ବକପ୍ର ଲୋଗୋକୁ ଉନ୍ମୋଚନ କରାଯାଇଛି। ଏହି ଲୋଗୋରେ ବ୍ୟାଟ୍ ଓ ବଲ୍ ସହିତ କ୍ରିକେଟ୍ର ଶକ୍ତିକୁ ପ୍ରଦର୍ଶନ କରାଯାଇଛି। ବ୍ୟାଟ୍ର ପ୍ରହାର ସାଙ୍ଗକୁ ଗୋଟିଏ ବଲ୍ରେ ମ୍ୟାଚ୍ର ମୋଡ଼ ବଦଳାଇ ଦେଉଥିବା ଘଟଣାକୁ ଲୋଗୋ ଉନ୍ମୋଚନ ଭିଡିଓରେ ସାମିଲ କରାଯାଇଛି। ଏଥସହିତ ବିଶ୍ବବ୍ୟାପୀ ପ୍ରଶଂସକଙ୍କ ଉତ୍ସାହକୁ ମଧ୍ୟ ଏହା ଦର୍ଶାଉଛି। ଏହି ବିଶ୍ବକପ୍କୁ ୱେଷ୍ଟଇଣ୍ଡିଜ୍ ଓ […]

Samaya Live Picture
Published On

ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଆଉ ୬ ମାସରୁ କମ୍ ସମୟ ରହିଲା। ଏଥିପୂର୍ବରୁ ଆଇସିସି ପକ୍ଷରୁ ଏହି ସୀମିତ ଓଭର ବିଶ୍ବକପ୍ର ଲୋଗୋକୁ ଉନ୍ମୋଚନ କରାଯାଇଛି। ଏହି ଲୋଗୋରେ ବ୍ୟାଟ୍ ଓ ବଲ୍ ସହିତ କ୍ରିକେଟ୍ର ଶକ୍ତିକୁ ପ୍ରଦର୍ଶନ କରାଯାଇଛି। ବ୍ୟାଟ୍ର ପ୍ରହାର ସାଙ୍ଗକୁ ଗୋଟିଏ ବଲ୍ରେ ମ୍ୟାଚ୍ର ମୋଡ଼ ବଦଳାଇ ଦେଉଥିବା ଘଟଣାକୁ ଲୋଗୋ ଉନ୍ମୋଚନ ଭିଡିଓରେ ସାମିଲ କରାଯାଇଛି। ଏଥସହିତ ବିଶ୍ବବ୍ୟାପୀ ପ୍ରଶଂସକଙ୍କ ଉତ୍ସାହକୁ ମଧ୍ୟ ଏହା ଦର୍ଶାଉଛି। ଏହି ବିଶ୍ବକପ୍କୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତ ଭାବେ ଆୟୋଜନ କରିବେ। ବିଶ୍ବକପ୍ରେ ମୋଟ ୨୦ ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଥର ପାଇଁ କାନାଡ଼ା, ଉଗାଣ୍ଡା ଓ ଆମେରିକା ଏହି ବିଶ୍ବକପ୍ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜୁନ୍ ମାସରେ ଖେଳାଯିବାକୁ ଥିବା ଏହି ବିଶ୍ବକପ୍ରେ ପାଖାପାଖି ୫୫ ମ୍ୟାଚ୍ ଖେଳାଯିବ।

Tags: