୨୦୨୪ରେ ଅବସର ନେବେ ଟେନିସ୍ ତାରକା ରାଫେଲ ନାଡ଼ାଲ
ନୂଆଦିଲ୍ଲୀ: ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଡାଲ୍ ୨୦୨୪ରେ ଅବସର ନେବେ। ବାରମ୍ବାର ଆହତ ସମସ୍ୟା ଭିତରେ ଗତି କରୁଥିବାରୁ ଆସନ୍ତା ବର୍ଷ ସେ ଟେନିସକୁ ଅଲବିଦା ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ କେଉଁ ପ୍ରତିଯୋଗିତାରେ ତାଙ୍କର ଶେଷ ମ୍ୟାଚ୍ ଖେଳିବେ ତାହା କହିନାହାନ୍ତି। ଗୁରୁବାର ସ୍ପେନ୍ର ମଲୋର୍କାସ୍ଥିତ ତାଙ୍କର ଏକାଡେମିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନାଡାଲ ତାଙ୍କ ଭବିଷ୍ୟତ ଉପରେ ଉକ୍ତ ସୂଚନା ଦେଇଛନ୍ତି। ଚଳିତ ବର୍ଷର ଫ୍ରେଞ୍ଚ ଓପନ୍ରୁ ନାଡାଲ ଓହରି […]
ନୂଆଦିଲ୍ଲୀ: ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଡାଲ୍ ୨୦୨୪ରେ ଅବସର ନେବେ। ବାରମ୍ବାର ଆହତ ସମସ୍ୟା ଭିତରେ ଗତି କରୁଥିବାରୁ ଆସନ୍ତା ବର୍ଷ ସେ ଟେନିସକୁ ଅଲବିଦା ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ କେଉଁ ପ୍ରତିଯୋଗିତାରେ ତାଙ୍କର ଶେଷ ମ୍ୟାଚ୍ ଖେଳିବେ ତାହା କହିନାହାନ୍ତି। ଗୁରୁବାର ସ୍ପେନ୍ର ମଲୋର୍କାସ୍ଥିତ ତାଙ୍କର ଏକାଡେମିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନାଡାଲ ତାଙ୍କ ଭବିଷ୍ୟତ ଉପରେ ଉକ୍ତ ସୂଚନା ଦେଇଛନ୍ତି। ଚଳିତ ବର୍ଷର ଫ୍ରେଞ୍ଚ ଓପନ୍ରୁ ନାଡାଲ ଓହରି ଯାଇଛନ୍ତି। ଆହତ ଯୋଗୁଁ ସେ ଆଗକୁ ବଢିପାରୁନଥିବା ସ୍ବୀକାର କରିଛନ୍ତି। ଯେଉଁଥିପାଇଁ ରୋଲାଁ-ଗାରୋସ୍ରେ ସେ ଖେଳିବା ଅସମ୍ଭବ ବୋଲି କହିଛନ୍ତି। କେବଳ ରୋଲାଁ-ଗାରୋସ୍ ନୁହେଁ, ପରବର୍ତ୍ତୀ ମାସଗୁଡ଼ିକରେ ସେ ଖେଳିବାକୁ ପ୍ରସ୍ତୁତ ନଥିବା କହିଛନ୍ତି। ତାଙ୍କ ଶରୀରର ଅବସ୍ଥା ପାଇଁ ଖେଳଜୀବନରେ ପୁନଃଛେଦ ପକାଇବାକୁ ସେ ଚିନ୍ତା କରିଛନ୍ତି। ତେଣୁ କିଛି ସମୟ ବିରତି ନେଇ ଶରୀରକୁ ପୁଣି ଥରେ ପ୍ରସ୍ତୁତ କରିବି ଓ ଯେତେବେଳେ ସଂପୂର୍ଣ୍ଣ ପ୍ରସ୍ତୁତ ହେବି, ସେତେବେଳେ ପୁଣି ଥରେ ଖେଳିବା ଆରମ୍ଭ କରିବି ବୋଲି ସେ କହିଛନ୍ତି। ତଥାପି ଡେଭିସ୍ କପରେ ସେ ଖେଳିବାକୁ ଆଗ୍ରହ ରଖିଛନ୍ତି ଏବଂ ଏହାଦ୍ବାରା ୨୦୨୪ ପାଇଁ ସେ ପ୍ରସ୍ତୁତ ହୋଇପାରିବେ। ଯଦି ସୁଯୋଗ ମିଳେ ତାହେଲେ ପ୍ରତ୍ୟେକ ପ୍ରତିଯୋଗିତାଗୁଡ଼ିକୁ ସେ ଉପଭୋଗ କରିବାକୁ ଚାହୁଁଥିବା କହିଛନ୍ତି।




