୨୦୧୯ ପରେ ଫେରିବ ଆଇପିଏଲ୍ ଫ୍ୟାନ୍ ପାର୍କ
ମୁମ୍ବାଇ: ନୂଆ ରୂପରେ ଆରମ୍ଭ ହେଉଥିବା ଇଣ୍ଡିଆନ୍ ପ୍ରମିୟର ଲିଗ୍ (ଆଇପିଏଲ୍) ରେ ଏଥର ର ଖେଳ ନିୟମରେ କିଛି ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିବ। ଖେଳରେ ପରିବର୍ତ୍ତନ ହେଉଥିଲା ବେଳେ ଆଇପିଏଲ୍ ପ୍ରଶଂସକଙ୍କ ପାଇଁ ମଧ୍ୟ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ଖୁସିର ଖବର ଆଣିଛି। ତିନି ବର୍ଷ ପରେ ପୁଣି ଥରେ ଦର୍ଶକଙ୍କ ପାଇଁ ଫ୍ୟାନ୍ ପାର୍କ ଖୋଲାଯିବା ନେଇ ସୂଚନା ମିଳିଛି। ୨୦୧୫ ସଂସ୍କରଣରେ ଆରମ୍ଭ ହୋଇଥିବା ଏହି ଚିନ୍ତାଧାରାକୁ ପୁଣି ଥରେ […]
ମୁମ୍ବାଇ: ନୂଆ ରୂପରେ ଆରମ୍ଭ ହେଉଥିବା ଇଣ୍ଡିଆନ୍ ପ୍ରମିୟର ଲିଗ୍ (ଆଇପିଏଲ୍) ରେ ଏଥର ର ଖେଳ ନିୟମରେ କିଛି ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିବ। ଖେଳରେ ପରିବର୍ତ୍ତନ ହେଉଥିଲା ବେଳେ ଆଇପିଏଲ୍ ପ୍ରଶଂସକଙ୍କ ପାଇଁ ମଧ୍ୟ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ଖୁସିର ଖବର ଆଣିଛି। ତିନି ବର୍ଷ ପରେ ପୁଣି ଥରେ ଦର୍ଶକଙ୍କ ପାଇଁ ଫ୍ୟାନ୍ ପାର୍କ ଖୋଲାଯିବା ନେଇ ସୂଚନା ମିଳିଛି। ୨୦୧୫ ସଂସ୍କରଣରେ ଆରମ୍ଭ ହୋଇଥିବା ଏହି ଚିନ୍ତାଧାରାକୁ ପୁଣି ଥରେ ଉଜ୍ଜୀବିତ କରାଯିବ। ଏଥର ଆଇପିଏଲ୍ ଫ୍ୟାନ୍ ପାର୍କକୁ ୪୫ ସହର ମଧ୍ୟରେ ଖୋଲାଯିବ। ସୁରଟ, ମୁମ୍ବାଇ, କୋଟା, ହୁବଳି, ଡେରାଡୁନ୍ ଭଳି ସହର ସହିତ ମୋଟ ୨୦ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ସହରମାନଙ୍କରେ ଫ୍ୟାନ୍ ପାର୍କରେ ଦର୍ଶକମାନେ ଆଇପିଏଲ୍ ମ୍ୟାଚ୍ର ମଜା ଉଠାଇବେ।




