୧୯ ବର୍ଷରୁ କମ୍ ବିଶ୍ବକପ୍ ସୁପର-୬ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
ବ୍ଳୋଏମ୍ଫଣ୍ଟେନ: ଚଳିତ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍ରେ ଭାରତ ବିଜୟ ଧାରା ଜାରି ରଖିଛି। ମଙ୍ଗଳବାର ସୁପର-୬ରେ ଭାରତ ନ୍ୟୁଜିଲାଣ୍ଡକୁ ୨୧୪ ରନ୍ରେ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ସହ ଶୀର୍ଷ ସ୍ଥାନରେ ରହି ଏହି ପର୍ଯ୍ୟାୟରେ ପହଞ୍ଚିଥିଲା ଭାରତ। ନ୍ୟୁଜିଲାଣ୍ଡ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମୁସୀର ଖାନ୍ (୧୩୧, ୧୨୬ ବଲ୍, ୧୩ ଚୌକା, ୩ ଛକା)ଙ୍କ ଆଉ ଏକ ଶତକ ଏବଂ ଆଦର୍ଶ ସିଂହ (୫୨, […]
ବ୍ଳୋଏମ୍ଫଣ୍ଟେନ: ଚଳିତ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍ରେ ଭାରତ ବିଜୟ ଧାରା ଜାରି ରଖିଛି। ମଙ୍ଗଳବାର ସୁପର-୬ରେ ଭାରତ ନ୍ୟୁଜିଲାଣ୍ଡକୁ ୨୧୪ ରନ୍ରେ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ସହ ଶୀର୍ଷ ସ୍ଥାନରେ ରହି ଏହି ପର୍ଯ୍ୟାୟରେ ପହଞ୍ଚିଥିଲା ଭାରତ। ନ୍ୟୁଜିଲାଣ୍ଡ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମୁସୀର ଖାନ୍ (୧୩୧, ୧୨୬ ବଲ୍, ୧୩ ଚୌକା, ୩ ଛକା)ଙ୍କ ଆଉ ଏକ ଶତକ ଏବଂ ଆଦର୍ଶ ସିଂହ (୫୨, ୫୮ ବଲ୍, ୬ ଚୌକା)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୮ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ୨୯୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୨୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୮୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ଖାତା ଖୋଲିବା ପୂର୍ବରୁ ରାଜ ଲମ୍ବାନି ପ୍ରଥମ ଓଭରରେ ୨ ୱିକେଟ୍ ନେଇ ପ୍ରାରମ୍ଭିକ ଝଟ୍କା ଦେଇଥିଲେ। ଏପରିକି ଦଳ ୭.୪ ଓଭର ସୁଦ୍ଧା ୨୨ ରନ୍ରେ ୪ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଅଧିନାୟକ ଓସ୍କାର ଜାକସନ (୧୯) ଓ ଜାକ୍ କମିନ୍ସ (୧୬) କିଛିଟା ଲଢ଼ିଥିଲେ ମଧ୍ୟ ଦଳକୁ ବିପଦରୁ ରକ୍ଷା କରିପାରି ନଥିଲେ। ଭାରତ ପକ୍ଷରୁ ସୌମି ପାଣ୍ଡେ ୪, ରାଜ ଲିମ୍ବାନି ଓ ମୁସୀର ଖାନ ୨ ୱିକେଟ୍ ଲେଖାଏଁ ନେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ମୁସୀରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍ ନେପାଳ ବିପକ୍ଷରେ ଶୁକ୍ରବାର ଖେଳିବ।




