୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ସେମିଫାଇନାଲରେ ଭାରତ

ବ୍ଲୋଏମ୍ଫଣ୍ଟେନ୍: ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ଭାରତ ବିଜୟ ଧାରା ଜାରି ରଖି ସେମିଫାଇନାଲ୍ରେ ପ୍ରବେଶ କରିଛି। ସୁପର-୬ରେ ଭାରତ ଦ୍ବିତୀୟ ମ୍ୟାଚ୍ରେ ଶୁକ୍ରବାର ନେପାଳକୁ ୧୩୨ ରନ୍ରେ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଉଦୟ ସାହରନ୍ (୧୦୦, ୧୦୭ ବଲ୍) ଓ ସଚିନ୍ ଢାସ୍ (୧୧୬, ୧୦୧ ବଲ୍)ଙ୍କ ଦ୍ବିଶତକୀୟ ଭାଗୀଦାରି (୨୧୫, ୨୦୨ ବଲ୍) ବଳରେ ୨୯୭/୫ ସ୍କୋର କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି […]

Samaya Live Picture
Published On

ବ୍ଲୋଏମ୍ଫଣ୍ଟେନ୍: ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ଭାରତ ବିଜୟ ଧାରା ଜାରି ରଖି ସେମିଫାଇନାଲ୍ରେ ପ୍ରବେଶ କରିଛି। ସୁପର-୬ରେ ଭାରତ ଦ୍ବିତୀୟ ମ୍ୟାଚ୍ରେ ଶୁକ୍ରବାର ନେପାଳକୁ ୧୩୨ ରନ୍ରେ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଉଦୟ ସାହରନ୍ (୧୦୦, ୧୦୭ ବଲ୍) ଓ ସଚିନ୍ ଢାସ୍ (୧୧୬, ୧୦୧ ବଲ୍)ଙ୍କ ଦ୍ବିଶତକୀୟ ଭାଗୀଦାରି (୨୧୫, ୨୦୨ ବଲ୍) ବଳରେ ୨୯୭/୫ ସ୍କୋର କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ଭାବେ ୱିକେଟ୍ ହରାଇ ୧୬୫/୯ ସ୍କୋର କରିଥିଲା। ସାଉମି ପାଣ୍ଡେ ସଫଳ ବୋଲର (୧୦-୧-୨୯-୪) ହୋଇଥିଲା ବେଳେ ଅର୍ଶିନ କୁଲକର୍ଣ୍ଣି ୨, ରାଜ ଲିମ୍ବାନି, ଆରାଧ୍ୟ ଶୁକ୍ଳା, ମୁରୁଗାନ ଅଭିଷେକ ୧ ୱିକେଟ୍ ଲେଖାଏଁ ନେଇଥିଲେ। ସଚିନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Tags: