୧୯ ବର୍ଷରୁ କମ୍ ବିଶ୍ବକପରେ ଆଜି ଭାରତ-ବାଂଲାଦେଶ

ବ୍ଲୋଏମ୍ଫଣ୍ଟେନ୍: ୧୯ ବର୍ଷରୁ କମ୍ ବିଶ୍ବକପ୍ ଇତିହାସରେ ସବୁଠୁ ସଫଳ ଦଳ ଭାରତ ଆଜି ବ୍ଲୋଏମ୍ଫଣ୍ଟେନ୍ଠାରେ ବାଂଲାଦେଶ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏଥର ଭାରତୀୟ ବିଶ୍ବକପ୍ ଦଳରେ ମହାରାଷ୍ଟ୍ର ଅଲ୍ରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି, ୱିକେଟରକ୍ଷକ ବ୍ୟାଟର୍ ଆରାଭଲି ଅଭାନିଶ, ବାମହାତୀ ସ୍ପିନର ତଥା ଉପଅଧିନାୟକ ସାଉମିକୁମାର ପାଣ୍ଡେ ଏବଂ ଅଧିନାୟକ ଉଦୟ ସହରନ୍ ସାମିଲ ହୋଇଥିବାରୁ ଭାରତ ଏଥର ବିଶ୍ବକପ୍ ପାଇଁ ଦାବିଦାର ବୋଲି ଆକଳନ କରାଯାଉଛି। ଗତ ୩ ମ୍ୟାଚ୍ରେ ସହରନ୍ ୫୦ରୁ ଊର୍ଦ୍ଧ୍ବ […]

Samaya Live Picture
Published On

ବ୍ଲୋଏମ୍ଫଣ୍ଟେନ୍: ୧୯ ବର୍ଷରୁ କମ୍ ବିଶ୍ବକପ୍ ଇତିହାସରେ ସବୁଠୁ ସଫଳ ଦଳ ଭାରତ ଆଜି ବ୍ଲୋଏମ୍ଫଣ୍ଟେନ୍ଠାରେ ବାଂଲାଦେଶ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏଥର ଭାରତୀୟ ବିଶ୍ବକପ୍ ଦଳରେ ମହାରାଷ୍ଟ୍ର ଅଲ୍ରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି, ୱିକେଟରକ୍ଷକ ବ୍ୟାଟର୍ ଆରାଭଲି ଅଭାନିଶ, ବାମହାତୀ ସ୍ପିନର ତଥା ଉପଅଧିନାୟକ ସାଉମିକୁମାର ପାଣ୍ଡେ ଏବଂ ଅଧିନାୟକ ଉଦୟ ସହରନ୍ ସାମିଲ ହୋଇଥିବାରୁ ଭାରତ ଏଥର ବିଶ୍ବକପ୍ ପାଇଁ ଦାବିଦାର ବୋଲି ଆକଳନ କରାଯାଉଛି। ଗତ ୩ ମ୍ୟାଚ୍ରେ ସହରନ୍ ୫୦ରୁ ଊର୍ଦ୍ଧ୍ବ ସ୍କୋର କରିଥିଲା ବେଳେ ସେଥିମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଶତକ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଘରୋଇ କ୍ରିକେଟ୍ର ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫିରେ ୪ ମ୍ୟାଚ୍ରେ ୪ ଅର୍ଦ୍ଧଶତକ କରି ୨୯୭ ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ମୁମ୍ବାଇର ମୁସୀର ଖାନ୍ ମଧ୍ୟ ଏହି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗୋଟିଏ ଶତକ ଓ ୨ ଅର୍ଦ୍ଧଶତକ ସହାୟତାରେ ମୁସୀର ୨୬୮ ରନ୍ କରିଥିଲେ। ବୋଲରଙ୍କ ମଧ୍ୟରୁ ଆରାଧ୍ୟ ଶୁକ୍ଲା, ସୌମ୍ୟ କୁମାର ପାଣ୍ଡେ ଓ କୁଲକର୍ଣ୍ଣି ଚ୍ୟାଲେଞ୍ଜର ଟ୍ରଫିରେ ଶୀର୍ଷ ୱିକେଟ୍ ହାସଲକାରୀ ହୋଇଥିଲେ।
କେବଳ ଏତିକି ନୁହେଁ, ଦକ୍ଷିଣ ଆଫ୍ରିକାରେ ଭାରତ ଗତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ସମସ୍ତ ୪ ମ୍ୟାଚ୍ ଜିତିଥିଲା ବେଳେ ଘରୋଇ ଦଳ ସହିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା। କିନ୍ତୁ ବାଂଲାଦେଶ ସହିତ ସହରନ୍ଙ୍କ ଦଳକୁ ସତର୍କତାର ସହ ଖେଳିବାକୁ ପଡ଼ିବ। କାରଣ ଗତ ୧୯ ବର୍ଷରୁ କମ୍ ଏସିଆ କପ୍ ସେମିଫାଇନାଲ୍ରେ ବାଂଲାଦେଶ ୪ ୱିକେଟ୍ରେ ଭାରତକୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲା ଓ ୟୁଏଇକୁ ହରାଇ ବିଜେତା ମଧ୍ୟ ହୋଇଥିଲା। ଚଳିତ ବିଶ୍ବକପ୍ର ୱାର୍ମ ଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ମଧ୍ୟ ହରାଇଥିବାରୁ ବାଂଲାଦେଶ ଖେଳାଳିଙ୍କ ଆତ୍ମବିଶ୍ବାସ ବୃଦ୍ଧି ହୋଇଛି। ତେଣୁ ଭାରତକୁ ଅଧିକ ସାବଧାନତାର ସହ ପ୍ରତିଟି ପଦକ୍ଷେପ ନେବାକୁ ହେବ।

Tags: