୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ ଶ୍ରୀଲଙ୍କାରୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତରିତ
ଦୁବାଇ: ଆସନ୍ତା ବର୍ଷ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍କୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରାଯାଇଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବନ କରାଯିବାର ୧୧ ଦିନ ପରେ ଆଇସିସି ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଅହମଦାବାଦରେ ଦିନିକିଆ ବିଶ୍ବକପ୍ ଫାଇନାଲ୍ ଖେଳାଯିବା ପୂର୍ବରୁ ବସିଥିବା ଆଇସିସି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ପାଇଁ ଆଇସିସି ଏହି ବୋର୍ଡକୁ ନିଲମ୍ବନ କରିଥିଲା। […]
ଦୁବାଇ: ଆସନ୍ତା ବର୍ଷ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍କୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରାଯାଇଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବନ କରାଯିବାର ୧୧ ଦିନ ପରେ ଆଇସିସି ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଅହମଦାବାଦରେ ଦିନିକିଆ ବିଶ୍ବକପ୍ ଫାଇନାଲ୍ ଖେଳାଯିବା ପୂର୍ବରୁ ବସିଥିବା ଆଇସିସି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ପାଇଁ ଆଇସିସି ଏହି ବୋର୍ଡକୁ ନିଲମ୍ବନ କରିଥିଲା। ନିଲମ୍ବନ ଉଠାଇବା ପାଇଁ ଶ୍ରୀଲଙ୍କା କ୍ରିକେଟ୍ର ଅଧିକାରୀମାନେ ଆଇସିସି ସହିତ ଆଲୋଚନା ଜାରି ରଖିଛନ୍ତି। ତଥାପି ଏହି ନିଲମ୍ବନ ଦ୍ବାରା ଶ୍ରୀଲଙ୍କାର ଦ୍ବିପାକ୍ଷିକ ଏବଂ ଘରୋଇ କ୍ରିକେଟ୍ ପ୍ରଭାବିତ ହେବ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି।




