୧୯୯୦ ଫିଫା ବିଶ୍ବକପ୍ ବିଜେତା ଜର୍ମାନିର କିଂବଦନ୍ତି ଫୁଟବଲର୍ ବ୍ରେମିଙ୍କ ପରଲୋକ

ବର୍ଲିନ: ଫିଫା ବିଶ୍ବକପ୍ ଚାମ୍ପିଅନ୍ ଜର୍ମାନିର ଆନ୍ଦ୍ରିଜ୍ ବ୍ରେମି (୬୩ ବର୍ଷ)ଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ଇଟାଲି ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ଶେଷ ସମୟ ପେନାଲ୍ଟିରେ ଜର୍ମାନି ଜିତି ତୃତୀୟ ଥର ଲାଗି ଟ୍ରଫି ହାସଲ କରିଥିଲା। ଏହି ଗୋରଲ୍ ତାଙ୍କୁ ଫୁଟ୍ବଲ୍ର କିଂବଦନ୍ତି କରି ଦେଇଥିଲା। ଫୁଲ୍ ବ୍ୟାକ୍ ଓ ଡେଡ୍-ବଲ୍ ଅଭିଜ୍ଞ ବ୍ରେମିଙ୍କ କିକ୍ରେ ରୋମ୍ରେ ଖେଳାଯାଇଥିବା ଏହି ଫାଇନାଲ୍ରେ ଡିଏଗୋ ମାରାଡୋନାଙ୍କ ଦଳ ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ହରାଇଥିଲା ଜର୍ମାନି। ନିଜ ଦେଶ […]

Samaya Live Picture
Published On

ବର୍ଲିନ: ଫିଫା ବିଶ୍ବକପ୍ ଚାମ୍ପିଅନ୍ ଜର୍ମାନିର ଆନ୍ଦ୍ରିଜ୍ ବ୍ରେମି (୬୩ ବର୍ଷ)ଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ଇଟାଲି ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ଶେଷ ସମୟ ପେନାଲ୍ଟିରେ ଜର୍ମାନି ଜିତି ତୃତୀୟ ଥର ଲାଗି ଟ୍ରଫି ହାସଲ କରିଥିଲା। ଏହି ଗୋରଲ୍ ତାଙ୍କୁ ଫୁଟ୍ବଲ୍ର କିଂବଦନ୍ତି କରି ଦେଇଥିଲା। ଫୁଲ୍ ବ୍ୟାକ୍ ଓ ଡେଡ୍-ବଲ୍ ଅଭିଜ୍ଞ ବ୍ରେମିଙ୍କ କିକ୍ରେ ରୋମ୍ରେ ଖେଳାଯାଇଥିବା ଏହି ଫାଇନାଲ୍ରେ ଡିଏଗୋ ମାରାଡୋନାଙ୍କ ଦଳ ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ହରାଇଥିଲା ଜର୍ମାନି। ନିଜ ଦେଶ ପାଇଁ ୮୬ ମ୍ୟାଚ୍ ଖେଳି ୮ ଗୋଲ୍ କରିଛନ୍ତି। ପେସାଗତ ଜୀବନରେ ସେ ବିଭିନ୍ନ କ୍ଲବ୍ରୁ ୫୦୯ ମ୍ୟାଚ୍ ଖେଳି ୬୫ ଗୋଲ୍ ସ୍କୋର୍ କରିଛନ୍ତି। ସେ ସାର୍ବ୍ରୁଏକେନ, କାଇସରସ୍ଲାଉଟର୍ନ, ଇଣ୍ଟର ମିଲାନ, ରିଅଲ୍ ଜାରାଗୋଜା, ବେୟର୍ନ ମ୍ୟୁନିକ୍ କ୍ଲବ୍ରୁ ଖେଳିଥିଲେ।

Tags: