୧୯୮୩ ବିଶ୍ବବିଜେତା ଦଳର ଅଧିନାୟକ କପିଳ ଦେବଙ୍କୁ ଫାଇନାଲ୍କୁ ଡାକିଲାନି ବିସିସିଆଇ
ଅହମଦାବାଦ: ବିସିସିଆଇ ଆଜି ଏକ ବହୁତ ବଡ଼ ଭୁଲ୍ କରିଥିଲା। ବିଶ୍ବକପ୍ ଫାଇନାଲ୍କୁ ଦେଶର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବଙ୍କୁ ନିମନ୍ତ୍ରଣ କରିବାକୁ ଭୁଲି ଯାଇଥିଲା। ୧୯୮୩ ସଂସ୍କରଣରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ବିପର୍ଯ୍ୟୟ କରାଇଥିବା ଭାରତକୁ ନୂଆ ଦିଗ ପ୍ରଦାନ କରିଥିଲେ କପିଳ ଦେବ। ହେଲେ ତାଙ୍କୁ ନିମନ୍ତ୍ରଣ ମିଳି ନଥିବା ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ କପିଳ ଏକ ସାକ୍ଷାତକାର ଅବସରରେ କହିଥିଲେ। ଏହାପରେ ମଧ୍ୟ ବିସିସିଆଇ ରବିବାରର ଫାଇନାଲ୍କୁ ତାଙ୍କୁ […]
ଅହମଦାବାଦ: ବିସିସିଆଇ ଆଜି ଏକ ବହୁତ ବଡ଼ ଭୁଲ୍ କରିଥିଲା। ବିଶ୍ବକପ୍ ଫାଇନାଲ୍କୁ ଦେଶର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବଙ୍କୁ ନିମନ୍ତ୍ରଣ କରିବାକୁ ଭୁଲି ଯାଇଥିଲା। ୧୯୮୩ ସଂସ୍କରଣରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ବିପର୍ଯ୍ୟୟ କରାଇଥିବା ଭାରତକୁ ନୂଆ ଦିଗ ପ୍ରଦାନ କରିଥିଲେ କପିଳ ଦେବ। ହେଲେ ତାଙ୍କୁ ନିମନ୍ତ୍ରଣ ମିଳି ନଥିବା ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ କପିଳ ଏକ ସାକ୍ଷାତକାର ଅବସରରେ କହିଥିଲେ। ଏହାପରେ ମଧ୍ୟ ବିସିସିଆଇ ରବିବାରର ଫାଇନାଲ୍କୁ ତାଙ୍କୁ ଆମନ୍ତ୍ରଣ ନକରିବା କପିଳଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ଏଥିନେଇ କପିଳ କହିଛନ୍ତି ମୁଁ ସେଠାକୁ ମୋର ସଂପୂର୍ଣ୍ଣ ୧୯୮୩ ମସିହା ଦଳକୁ ନେଇ ଯିବାକୁ ଚାହୁଥିଲି। ହେଲେ ଲଗୁଛି ମାତ୍ରାଧିକ କାମ ପାଇଁ ସେମାନେ ମୋତେ ଆମନ୍ତ୍ରଣ କରିବାକୁ ଭୁଲି ଯାଇଛନ୍ତି। କେବେ କେବେ ଏମିତି ହୁଏ। ଲୋକେ ଏଭଳି ଛୋଟ କାମକୁ ଭୁଲି ଯା’ନ୍ତି। ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ ସାରା ବିଶ୍ବର ବିଶ୍ବକପ୍ ବିଜୟୀ ଅଧିନାୟକ ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଗ୍ୟାଲେରିରେ ଉପସ୍ଥିତ ଥିଲେ।




