୧୮ ହଜାର ଅନ୍ତର୍ଜାତୀୟ ରନ୍ କ୍ଲବରେ ରୋହିତ

ଲକ୍ଷ୍ନୌ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ରବିବାର ଇଂଲଣ୍ଡ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ଅବସରରେ ୧୮ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଛନ୍ତି। ସେଥି ମଧ୍ୟରେ ରହିଛି ୩୬୭୭ ଟେଷ୍ଟ୍, ୩୮୫୩ ଟ୍ବେଣ୍ଟି-୨୦ ଏବଂ ୧୦୪୭୦ ଦିନିକିଆ ରନ୍। ଏଥି ସହିତ ୪୫ ଶତକ ଓ ୯୮ ଅର୍ଦ୍ଧଶତକ ମଧ୍ୟ ଏଥିରେ ସାମିଲ ଅଛି। ସୀମିତ ଓଭର କ୍ରିକେଟ୍ର ୪୭୭ତମ ପାଳିରେ ଏବଂ ପଞ୍ଚମ ଭାରତୀୟ ଖେଳାଳି ଭାବେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ରୋହିତ। […]

Samaya Live Picture
Published On

ଲକ୍ଷ୍ନୌ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ରବିବାର ଇଂଲଣ୍ଡ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ଅବସରରେ ୧୮ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଛନ୍ତି। ସେଥି ମଧ୍ୟରେ ରହିଛି ୩୬୭୭ ଟେଷ୍ଟ୍, ୩୮୫୩ ଟ୍ବେଣ୍ଟି-୨୦ ଏବଂ ୧୦୪୭୦ ଦିନିକିଆ ରନ୍। ଏଥି ସହିତ ୪୫ ଶତକ ଓ ୯୮ ଅର୍ଦ୍ଧଶତକ ମଧ୍ୟ ଏଥିରେ ସାମିଲ ଅଛି। ସୀମିତ ଓଭର କ୍ରିକେଟ୍ର ୪୭୭ତମ ପାଳିରେ ଏବଂ ପଞ୍ଚମ ଭାରତୀୟ ଖେଳାଳି ଭାବେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ରୋହିତ। ତାଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଦ ୱାଲ୍ ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ଏହି କ୍ଲବ୍ର ସଦସ୍ୟ ଥିଲେ। ରୋହିତ ମଧ୍ୟ ଶୁବମନ ଗିଲ୍ ଏବଂ ଶ୍ରୀଲଙ୍କାର ପଥୁମ ନିଶଙ୍କାଙ୍କ ପରେ ତୃତୀୟ ବ୍ୟାଟର୍ ଭାବେ ୨୦୨୩ ମସିହାରେ ୧ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ। କୌଣସି କ୍ୟାଲେଣ୍ଡର୍ ବର୍ଷରେ ପଞ୍ଚମ ଥର ପାଇଁ ଏଭଳି ସଫଳତା ହାସଲ କରିଥିଲେ ଏହି ୩୬ ବର୍ଷୀୟ ମୁମ୍ବାଇ କ୍ରିକେଟର୍।

Tags: