୧୮ ବର୍ଷ ବୟସରେ କ୍ରିକେଟ୍ ଛାଡ଼ିଲେ ପ୍ରତିଭାବାନ୍ ଆୟେଶା

ଲାହୋର: ପାକିସ୍ତାନର ପ୍ରତିଭାବାନ ଯୁବା କ୍ରିକେଟର୍ ଆୟେଶା ନସୀମ ସମସ୍ତ ଫର୍ମାଟ୍ରୁ ଅବସର ନେଇଛନ୍ତି। ଇସ୍ଲାମ ନୀତି ସହ ବଞ୍ଚିବାକୁ ଚାହୁଁଥିବା କହି ଆୟେଶା ଏହି ଅବସର ଘୋଷଣା କରିଛନ୍ତି। ୧୮ ବର୍ଷୀୟା ଆୟେଶା ପାକିସ୍ତାନ ପକ୍ଷରୁ ୩୦ ଟ୍ବେଣ୍ଟି-୨୦ ଓ ୪ ଦିନିକିଆ ଖେଳି ଯଥାକ୍ରମେ ୩୬୯ ଓ ୩୩ ରନ୍ କରିଛନ୍ତି। ଛକା ମାରିବାରେ ମାହିର ଆୟେଶାଙ୍କୁ ପାକିସ୍ତାନ କିଂବଦନ୍ତି ୱାସିମ ଆକ୍ରମ କିଛି ଦିନ ତଳେ ପ୍ରଶଂସା କରିଥିଲେ। ଚଳିତ ବର୍ଷ ଜାନୁଆରିରେ […]

Samaya Live Picture
Published On

ଲାହୋର: ପାକିସ୍ତାନର ପ୍ରତିଭାବାନ ଯୁବା କ୍ରିକେଟର୍ ଆୟେଶା ନସୀମ ସମସ୍ତ ଫର୍ମାଟ୍ରୁ ଅବସର ନେଇଛନ୍ତି। ଇସ୍ଲାମ ନୀତି ସହ ବଞ୍ଚିବାକୁ ଚାହୁଁଥିବା କହି ଆୟେଶା ଏହି ଅବସର ଘୋଷଣା କରିଛନ୍ତି। ୧୮ ବର୍ଷୀୟା ଆୟେଶା ପାକିସ୍ତାନ ପକ୍ଷରୁ ୩୦ ଟ୍ବେଣ୍ଟି-୨୦ ଓ ୪ ଦିନିକିଆ ଖେଳି ଯଥାକ୍ରମେ ୩୬୯ ଓ ୩୩ ରନ୍ କରିଛନ୍ତି। ଛକା ମାରିବାରେ ମାହିର ଆୟେଶାଙ୍କୁ ପାକିସ୍ତାନ କିଂବଦନ୍ତି ୱାସିମ ଆକ୍ରମ କିଛି ଦିନ ତଳେ ପ୍ରଶଂସା କରିଥିଲେ। ଚଳିତ ବର୍ଷ ଜାନୁଆରିରେ ଏହି ୧୮ ବର୍ଷୀୟା କ୍ରିକେଟର୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ନିଜ ପ୍ରତିଭା ଦେଖାଇଥିଲେ। ସେ ୩ ଛକା ଓ ଗୋଟିଏ ଚୌକା ସହ ୨୦ ବଲରୁ ୨୪ ରନ୍ର ପାଳି ଖେଳିଥିଲେ। ତାଙ୍କର ଏଭଳି ଅବସର ପାକିସ୍ତାନ ମହିଳା କ୍ରିକେଟ୍ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି।

Tags: