୧୫ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ବିଭ୍ରାନ୍ତ

ମୁମ୍ବାଇ: ସନ୍ରାଇଜର୍ସ ହାଇଦ୍ରାବାଦ ଓପ୍ନର ବିଭ୍ରାନ୍ତ ଶର୍ମା ରବିବାର ଆଇପିଏଲ୍ରେ ଏକ କୀର୍ତ୍ତିମାନ ରଚିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ପଦାର୍ପଣ କରି ଅର୍ଦ୍ଧଶତକ (୬୯ ରନ୍, ୪୭ ବଲ୍, ୯ ଚୌକା, ୨ ଛକା) ଜମାଇଥିଲେ। ଫଳରେ ଆଇପିଏଲ୍ରେ ପଦାର୍ପଣ ପାଳିରେ ସର୍ବାଧିକ ବ୍ୟକ୍ତଗିତ ସ୍କୋର୍ କରିବାର ଇତିହାସ ରଚିଥିଲେ। ଏହାଫଳରେ ସେ ସ୍ବପ୍ନୀଳ ଅସ୍ନୋଦ୍କରଙ୍କ ନାମରେ ଥିବା ୧୫ ବର୍ଷ ତଳର କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ସ୍ବପ୍ନୀଳ ୨୦୦୮ରେ ଆଇପିଏଲ୍ର ପ୍ରଥମ ସଂସ୍କରଣରେ […]

Samaya Live Picture
Published On

ମୁମ୍ବାଇ: ସନ୍ରାଇଜର୍ସ ହାଇଦ୍ରାବାଦ ଓପ୍ନର ବିଭ୍ରାନ୍ତ ଶର୍ମା ରବିବାର ଆଇପିଏଲ୍ରେ ଏକ କୀର୍ତ୍ତିମାନ ରଚିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ପଦାର୍ପଣ କରି ଅର୍ଦ୍ଧଶତକ (୬୯ ରନ୍, ୪୭ ବଲ୍, ୯ ଚୌକା, ୨ ଛକା) ଜମାଇଥିଲେ। ଫଳରେ ଆଇପିଏଲ୍ରେ ପଦାର୍ପଣ ପାଳିରେ ସର୍ବାଧିକ ବ୍ୟକ୍ତଗିତ ସ୍କୋର୍ କରିବାର ଇତିହାସ ରଚିଥିଲେ। ଏହାଫଳରେ ସେ ସ୍ବପ୍ନୀଳ ଅସ୍ନୋଦ୍କରଙ୍କ ନାମରେ ଥିବା ୧୫ ବର୍ଷ ତଳର କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ସ୍ବପ୍ନୀଳ ୨୦୦୮ରେ ଆଇପିଏଲ୍ର ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପଦାର୍ପଣ ପାଳିରେ କରିଥିବା ୬୦ ରନ୍ ପଛରେ ପଡ଼ିଯାଇଥିଲା। ଆଇପିଏଲ୍ ପଦାର୍ପଣ ପାଳିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ତାଲିକାରେ ଏହି ଦୁଇ ଜଣଙ୍କ ପଛକୁ ପୂର୍ବତନ ଭାରତୀୟ ଓପ୍ନର ଗୌତମ ଗମ୍ଭୀର (୫୮*, ୨୦୦୮) ଏବଂ ଦେବଦତ୍ତ ପଡ଼ିକଲ (୫୬, ୨୦୨୦) ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହିଛନ୍ତି।

Tags: