୧୩ ହଜାର ଦିନିକିଆ ରନରେ କୋହଲି ଦ୍ରୁତତମ ଖେଳାଳି

କଲମ୍ବୋ: ଦିନିକିଆ କ୍ରିକେଟରେ ୧୩ ହଜାର ରନ୍ ପୂରଣ କରିବାରେ ଭାରତୀୟ ବ୍ୟାଟର ବିରାଟ କୋହଲି ଦ୍ରୁତତମ ହୋଇଛନ୍ତି। ଏସିଆ କପ୍ ସୁପର-୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କୋହଲି ଏହି ମାଇଲ୍ଖୁଣ୍ଟ ଅତିକ୍ରମ କରିଥିଲେ। ଏହି ସ୍କୋରରେ ପହଞ୍ଚିବା ପାଇଁ କୋହଲି ୨୬୭ ପାଳି ଖେଳିଥିଲେ। ଶତକଠୁ ୩ ରନ୍ ଦୂରରେ ଥିବା ବେଳେ ସାହିନ ଶାହ ଆଫ୍ରିଦିଙ୍କ ବଲ୍ରେ ୨ ରନ୍ ବାହାର କରି ସେ ଏହି ଉପଲବ୍ଧି ପାଇଥିଲେ। ତାଙ୍କ ପୂର୍ବରୁ କିଂବଦନ୍ତି କ୍ରିକେଟର […]

Samaya Live Picture
Published On

କଲମ୍ବୋ: ଦିନିକିଆ କ୍ରିକେଟରେ ୧୩ ହଜାର ରନ୍ ପୂରଣ କରିବାରେ ଭାରତୀୟ ବ୍ୟାଟର ବିରାଟ କୋହଲି ଦ୍ରୁତତମ ହୋଇଛନ୍ତି। ଏସିଆ କପ୍ ସୁପର-୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କୋହଲି ଏହି ମାଇଲ୍ଖୁଣ୍ଟ ଅତିକ୍ରମ କରିଥିଲେ। ଏହି ସ୍କୋରରେ ପହଞ୍ଚିବା ପାଇଁ କୋହଲି ୨୬୭ ପାଳି ଖେଳିଥିଲେ। ଶତକଠୁ ୩ ରନ୍ ଦୂରରେ ଥିବା ବେଳେ ସାହିନ ଶାହ ଆଫ୍ରିଦିଙ୍କ ବଲ୍ରେ ୨ ରନ୍ ବାହାର କରି ସେ ଏହି ଉପଲବ୍ଧି ପାଇଥିଲେ। ତାଙ୍କ ପୂର୍ବରୁ କିଂବଦନ୍ତି କ୍ରିକେଟର ସଚିନ୍ ତେନ୍ଦୁଲକର ୩୨୧ ପାଳି ଓ ରିକି ପଣ୍ଟିଂ ୩୪୧ ପାଳିରେ ୧୩ ହଜାର ରନ୍ ମାଇଲଖୁଣ୍ଟ ପାର କରିଥିଲେ। ଏଥିସହିତ ମ୍ୟାଚ୍ରେ କୋହଲି ୪୭ତମ ଦିନିକିଆ ଏବଂ ୭୭ତମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଛନ୍ତି। ପୁଣି ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ କୋହଲି ଲଗାତାର ୪ ଶତକ ମାରି ଆଉ ଏକ କୀର୍ତ୍ତିମାନ କରିଛନ୍ତି। ଏଥିପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୨୦୧୨ ଓ ୨୦୧୭ରେ ଏହି ଷ୍ଟାଡିୟମ୍ରେ ସେ ତିନିଟି ଶତକ ମାରିଥିଲେ। ଏହି ଶତକ ଦ୍ବାରା ଗୋଟିଏ ସ୍ଥାନରେ ଲଗାତାର ସର୍ବାଧିକ ଶତକ ମାରିବାରେ ସେ ଦକ୍ଷିଣ ଆଫ୍ରିକାର ହାସିମ ଆମ୍ଲାଙ୍କ ସମକକ୍ଷ ହୋଇଛନ୍ତି।

Tags: