୧୦୦ ଥର ୩୦ରୁ ଉର୍ଦ୍ଧ୍ବ ସ୍କୋର୍ କରିବାରେ ରେକର୍ଡ କଲେ କୋହଲି

ନୂଆଦିଲ୍ଲୀ : ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାଚ୍ରେ ବିରାଟ କୋହଲି ଅର୍ଦ୍ଧଶତକ (୫୯ ରନ୍) ହାସଲ କରିଥିଲେ। ଏହି ପାଳି ଅବସରରେ କୋହଲି ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ୧୦୦ ଥର ୩୦+ ସ୍କୋର୍ କରିବାରେ ଶତକ ପୂରଣ କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି। କୋହଲିଙ୍କ ପଛକୁ ଏହି ତାଲିକାରେ ଶିଖର ଧାୱନ୍ (୯୧), ଡେଭିଡ୍ ୱାର୍ଣ୍ଣର (୯୦), ରୋହିତ ଶର୍ମା (୮୫) ଏବଂ ସୁରେଶ ରାଇନା (୭୭) ରହିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାଚ୍ରେ ବିରାଟ କୋହଲି ଅର୍ଦ୍ଧଶତକ (୫୯ ରନ୍) ହାସଲ କରିଥିଲେ। ଏହି ପାଳି ଅବସରରେ କୋହଲି ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ୧୦୦ ଥର ୩୦+ ସ୍କୋର୍ କରିବାରେ ଶତକ ପୂରଣ କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି। କୋହଲିଙ୍କ ପଛକୁ ଏହି ତାଲିକାରେ ଶିଖର ଧାୱନ୍ (୯୧), ଡେଭିଡ୍ ୱାର୍ଣ୍ଣର (୯୦), ରୋହିତ ଶର୍ମା (୮୫) ଏବଂ ସୁରେଶ ରାଇନା (୭୭) ରହିଛନ୍ତି। ଏଥିସହ କୋହଲି ଅଧିନାୟକ ଭାବେ ଆଇପିଏଲ୍ରେ ୬୫୦୦ ରନ୍ କରିବାରେ ପ୍ରଥମ ବ୍ୟାଟର୍ ହୋଇଥିଲେ। ସେ ଏହି ମାଇଲଖୁଣ୍ଟ ଛୁଇଁବାକୁ ୧୮୬ ପାଳି ଖେଳିଛନ୍ତି। ତେବେ ଜଣେ ଖେଳାଳି ଭାବେ ଆଇପିଏଲ୍ରେ କୋହଲିଙ୍କ ମୋଟ ରନ୍ ୬୯୦୩ ରହିଥିଲା ବେଳେ ସେ ଏକ୍ଷେତ୍ରରେ ମଧ୍ୟ ପ୍ରଥମ ବ୍ୟାଟର୍ ଭାବେ ଆଗକୁ ବଢ଼ି ଚାଲିଛନ୍ତି। ପୁଣି ଆଇପିଏଲ୍ରେ ୬୦୦ ଚୌକା ମାରିବାରେ ଶିଖର ଧାୱନ୍ (୭୩୦, ୨୧୦ ମ୍ୟାଚ୍) ଏବଂ ଡେଭିଡ୍ ୱାର୍ଣ୍ଣର (୬୦୮, ୧୬୭ ମ୍ୟାଚ୍)ଙ୍କ ପରେ କୋହଲି ତୃତୀୟ ବ୍ୟାଟର୍ ହୋଇଥିଲେ। ଏପ୍ରିଲ ୨୦ ତାରିଖ ସୁଦ୍ଧା ଆଇପିଏଲ୍ରେ କୋହଲିଙ୍କ ମୋଟ ଚୌକା ସଂଖ୍ୟା ୬୦୩ (୨୨୯ ମ୍ୟାଚ୍)ରେ ପହଞ୍ଚିଛି। କୋହଲି ମଧ୍ୟ ଚଳିତ ଆଇପିଏଲ୍ରେ ୬ ମ୍ୟାଚ୍ରୁ ୨୭୯ ରନ୍ ସଂଗ୍ରହ କରି ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ତୃତୀୟରେ ରହିଛନ୍ତି। କୋହଲିଙ୍କ ଆର୍ସିବି ଅଧିନାୟକ ଫାଫ୍ ଡୁପ୍ଲେସିସ୍ (୩୪୩ ରନ୍, ୬ ମ୍ୟାଚ୍) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ୍ ୱାର୍ଣ୍ଣର (୨୮୫ ରନ୍, ୬ ମ୍ୟାଚ୍) ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟରେ ରହିଛନ୍ତି।

Tags: