ୟୁପିଏସ୍ସି ଟପ୍ପର ଅନନ୍ୟାଙ୍କ ପ୍ରେରଣା ବିରାଟ କୋହଲି

ନୂଆଦିଲ୍ଲୀ: ତେଲେଙ୍ଗାନାର ଡି ଅନନ୍ୟା ରେଡ୍ଡୀ ୟୁପିଏସ୍ସି ପରୀକ୍ଷାରେ ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ପ୍ରଚେଷ୍ଟାରେ ସେ ଏତେବଡ଼ ସଫଳତା ପାଇପାରିଛନ୍ତି। ତେବେ ଏହି ସଫଳତା ପଛରେ ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ବଡ଼ ହାତ ରହିଥିବା ସେ କହିଛନ୍ତି। କ୍ରିକେଟ୍ର ଏହି କିଂବଦନ୍ତି ଖେଳାଳିଙ୍କୁ ସେ ତାଙ୍କର ପ୍ରେରଣା ଭାବେ ଗ୍ରହଣ କରିଛନ୍ତି। ଫଳାଫଳ ବାହାରିବା ପରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ବିରାଟ କୋହଲି ତାଙ୍କର ସବୁଠୁ ପ୍ରିୟ ଖେଳାଳି। ସେ ତାଙ୍କୁ ଏକ […]

Samaya Live Picture
Published On

ନୂଆଦିଲ୍ଲୀ: ତେଲେଙ୍ଗାନାର ଡି ଅନନ୍ୟା ରେଡ୍ଡୀ ୟୁପିଏସ୍ସି ପରୀକ୍ଷାରେ ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ପ୍ରଚେଷ୍ଟାରେ ସେ ଏତେବଡ଼ ସଫଳତା ପାଇପାରିଛନ୍ତି। ତେବେ ଏହି ସଫଳତା ପଛରେ ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ବଡ଼ ହାତ ରହିଥିବା ସେ କହିଛନ୍ତି। କ୍ରିକେଟ୍ର ଏହି କିଂବଦନ୍ତି ଖେଳାଳିଙ୍କୁ ସେ ତାଙ୍କର ପ୍ରେରଣା ଭାବେ ଗ୍ରହଣ କରିଛନ୍ତି। ଫଳାଫଳ ବାହାରିବା ପରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ବିରାଟ କୋହଲି ତାଙ୍କର ସବୁଠୁ ପ୍ରିୟ ଖେଳାଳି। ସେ ତାଙ୍କୁ ଏକ ପ୍ରେରଣା ଭାବେ ଦେଖିଥାନ୍ତି। ବିରାଟଙ୍କଠୁ ସେ ସବୁଠୁ ଅଧିକ ଗ୍ରହଣ କରିଥିବା ବିଷୟ ହେଉଛି, ‘ଆମେ ଯାହା କରିଥାଉ ତାହା ଉପରେ ଆମର ଫଳାଫଳ ନିର୍ଭର କରିଥାଏ।’ ଏହିପରି ଭାବେ କୋହଲି ଅନେକଙ୍କୁ ପ୍ରେରଣା ଦେଉଥିବା ଅନନ୍ୟା କହିଛନ୍ତି।

Tags: