ହୃଦୟ ହଜାରିକା ଓ ନାନ୍ସିଙ୍କୁ ମିଳିଲା ପ୍ରଥମ ସୁଟିଂ ବିଶ୍ବକପ୍ ପଦକ
ବକୁ: ପୂର୍ବତନ କନିଷ୍ଠ ବିଶ୍ବକପ୍ ବିଜେତା ହୃଦୟ ହଜାରିକା ଏବଂ ହରିୟାଣାର ନାନ୍ସି ବରିଷ୍ଠ ସୁଟିଂ ବିଶ୍ବକପ୍ରେ ନିଜ ନିଜର ପ୍ରଥମ ପଦକ ଜିତିଛନ୍ତି। ବକୁରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ବ ସୁଟିଂ ପ୍ରତିଯୋଗିତାରେ ୧୦ ମିଟର ଏୟାର ରାଇଫଲ୍ ପୁରୁଷ ବର୍ଗରେ ହୃଦୟ ଏବଂ ମହିଳାରେ ନାନ୍ସି ରୌପ୍ୟ ପଦକ ଜିତିଥିଲେ। ଫାଇନାଲ୍ରେ ହୃଦୟ ୨୫୧.୯-୨୫୨.୪ରେ ହଙ୍ଗେରିର ଜଲାନ ପେକଲରଙ୍କଠୁ ଏବଂ ନାନ୍ସି ୨୫୩.୩-୨୫୪.୦ରେ ଚୀନ୍ର ହାଙ୍ଗ୍ ଜିୟାୟୁଙ୍କଠୁ ପରାସ୍ତ ହୋଇଥିଲେ। ସେହିପରି ଭାରତୀୟ ସୁଟର ରିଦିମ […]
ବକୁ: ପୂର୍ବତନ କନିଷ୍ଠ ବିଶ୍ବକପ୍ ବିଜେତା ହୃଦୟ ହଜାରିକା ଏବଂ ହରିୟାଣାର ନାନ୍ସି ବରିଷ୍ଠ ସୁଟିଂ ବିଶ୍ବକପ୍ରେ ନିଜ ନିଜର ପ୍ରଥମ ପଦକ ଜିତିଛନ୍ତି। ବକୁରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ବ ସୁଟିଂ ପ୍ରତିଯୋଗିତାରେ ୧୦ ମିଟର ଏୟାର ରାଇଫଲ୍ ପୁରୁଷ ବର୍ଗରେ ହୃଦୟ ଏବଂ ମହିଳାରେ ନାନ୍ସି ରୌପ୍ୟ ପଦକ ଜିତିଥିଲେ। ଫାଇନାଲ୍ରେ ହୃଦୟ ୨୫୧.୯-୨୫୨.୪ରେ ହଙ୍ଗେରିର ଜଲାନ ପେକଲରଙ୍କଠୁ ଏବଂ ନାନ୍ସି ୨୫୩.୩-୨୫୪.୦ରେ ଚୀନ୍ର ହାଙ୍ଗ୍ ଜିୟାୟୁଙ୍କଠୁ ପରାସ୍ତ ହୋଇଥିଲେ। ସେହିପରି ଭାରତୀୟ ସୁଟର ରିଦିମ ସାଙ୍ଗୱାନ ଶନିବାର ଚଳିତ ବିଶ୍ବକପ୍ରେ ୨୯ ବର୍ଷର କୀର୍ତ୍ତିମାନ ଭାଙ୍ଗିଛନ୍ତି। ସେ ୨୫ ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ୫୯୫ ପଏଣ୍ଟ ସହ ବୁଲଗେରିଆର ଡାଏନା ଲୋରଗୋଭା (୧୯୯୪ ମସିହା, ମିଲାନ)ଙ୍କ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିଥିଲେ। ଏଥିସହ ସେ ଟେବୁଲର ଶୀର୍ଷରେ ରହି ଫାଇନାଲ୍ରେ ପହଞ୍ଚିଥିଲେ। ହେଲେ ୮ ଜଣିଆ ଫାଇନାଲ୍ରେ ପ୍ରଥମ ସୁଟର୍ ଭାବେ ସେ ବିଦାୟ ନେଇ ପଦକରୁ ବଞ୍ଚିତ ହୋଇଥିଲେ।




