ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ କ୍ରିକେଟ୍ ଦଳ
ହାଇଦ୍ରାବାଦ: ୭ ବର୍ଷ ପରେ ପାକିସ୍ତାନ କ୍ରିକେଟ୍ ଦଳ ଭାରତକୁ ଆସିଛି। ଆସନ୍ତା ଦିନିକିଆ ବିଶ୍ବକପ୍ରେ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ବୁଧବାର ରାତିରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ବାବର ଆଜମ୍ଙ୍କ ନେତୃତ୍ବାଧିନ ଏହି ଦଳ ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଓ ଅକ୍ଟୋବର ୩ ତାରିଖରେ ଅଷ୍ଟ୍ରେଲିଆ ସହିତ ଦ୍ବିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଅକ୍ଟୋବର ୬ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ପାକିସ୍ତାନ। ଏହି ଦଳରେ କେବଳ ମହମଦ […]
ହାଇଦ୍ରାବାଦ: ୭ ବର୍ଷ ପରେ ପାକିସ୍ତାନ କ୍ରିକେଟ୍ ଦଳ ଭାରତକୁ ଆସିଛି। ଆସନ୍ତା ଦିନିକିଆ ବିଶ୍ବକପ୍ରେ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ବୁଧବାର ରାତିରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ବାବର ଆଜମ୍ଙ୍କ ନେତୃତ୍ବାଧିନ ଏହି ଦଳ ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଓ ଅକ୍ଟୋବର ୩ ତାରିଖରେ ଅଷ୍ଟ୍ରେଲିଆ ସହିତ ଦ୍ବିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଅକ୍ଟୋବର ୬ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ପାକିସ୍ତାନ। ଏହି ଦଳରେ କେବଳ ମହମଦ ନୱାଜ ଓ ଆଘା ସଲମାନଙ୍କର ଭାରତରେ ଖେଳିବାର ଅଭିଜ୍ଞତା ରହିଛି। ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏମାନେ ଭାରତରେ ଖେଳିଥିଲେ। ଏହାବାଦ୍ ୧୨ ବର୍ଷ ପରେ ପାକିସ୍ତାନ ଭାରତରେ ଦିନିକିଆ ମ୍ୟାଚ୍ ଖେଳିବ।




