ହାଇଦ୍ରାବାଦକୁ ହରାଇ କୋଲକାତା ଆଇପିଏଲ୍ ସପ୍ତଦଶ ସଂସ୍କରଣ ଚାମ୍ପିଅନ୍

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୮ୱିକେଟ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍ରେ ସୀମିତ ରଖିବା ପରେ କେକେଆର୍ ମ୍ୟାଚ୍କୁ ୧୦.୩ ଓଭରରେ ଜିତିଥିଲା। ଏହାଫଳରେ ଚାମ୍ପିଅନ୍ କେକେଆର୍କୁ ଟ୍ରଫି ସହ ୨୦ କୋଟି ଓ ରନର୍ସଅପ୍ ହାଇଦ୍ରାବାଦକୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ମିଚେଲ ଷ୍ଟାର୍କ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଓ ସୁନୀଲ ରାୟଣ […]

Samaya Live Picture
Published On

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୮ୱିକେଟ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍ରେ ସୀମିତ ରଖିବା ପରେ କେକେଆର୍ ମ୍ୟାଚ୍କୁ ୧୦.୩ ଓଭରରେ ଜିତିଥିଲା। ଏହାଫଳରେ ଚାମ୍ପିଅନ୍ କେକେଆର୍କୁ ଟ୍ରଫି ସହ ୨୦ କୋଟି ଓ ରନର୍ସଅପ୍ ହାଇଦ୍ରାବାଦକୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ମିଚେଲ ଷ୍ଟାର୍କ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଓ ସୁନୀଲ ରାୟଣ ସଂସ୍କରଣର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ରନ୍ କରିଥିବା ଆର୍ସିବିର ବିରାଟ କୋହଲି (୧୫ମ୍ୟାଚ୍, ୭୪୧ ରନ୍) ଅରେଞ୍ଜ କ୍ୟାପ୍ ଓ ସର୍ବାଧିକ ୱିକେଟ୍ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍ (୧୪ମ୍ୟାଚ୍, ୨୪ ୱିକେଟ୍) ପର୍ପଲ କ୍ୟାପ୍ ପାଇଛନ୍ତି।
ଫାଇନାଲ୍ରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିଥିଲା। କିନ୍ତୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆଇପିଏଲ୍ ଇତିହାସର ସର୍ବନିମ୍ନ ସ୍କୋର ୧୧୩ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ପାୱାରପ୍ଲେ ଭିତରେ ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍ ଓ ରାହୁଲ୍ ତ୍ରିପାଠୀ ଆଉଟ୍ ହୋଇଯିବାରୁ ଦଳ ପଛକୁ ଠେଲି ହୋଇଯାଇଥିଲା। ନିୟମିତ ଅନ୍ତରାଳରେ ଦଳ ୱିକେଟ୍ ହରାଇଥିଲା। କେବଳ ପ୍ୟାଟ୍ କମିନ୍ସ ଦଳ ପାଇଁ ସର୍ବାଧିକ ୨୪ ରନ୍ କରି ଆଉଟ୍ ହୋଇଥିଲେ। ବୋଲିଂ ବେଳେ ମଧ୍ୟ କମିନ୍ସ ଆରମ୍ଭରୁ ୱିକେଟ୍ ବାହାର କରି ଟକ୍କର ଦେଇଥିଲେ। କିନ୍ତୁ ରହମାନୁଲ୍ଲା ଗୁରବାଜ ଓ ଭେଙ୍କଟେଶ ଆୟର ବିସ୍ଫୋରକ ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଭେଙ୍କଟେଶ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ।

Tags: