ହକି ଇଣ୍ଡିଆ ଲିଗ୍ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ୮ ବର୍ଷ ପରେ ପୁଣି ଥରେ ଫେରିବାକୁ ଯାଉଛି। ଏହି ପ୍ରତିଯୋଗିତା ଚଳିତ ବର୍ଷ ଶେଷ ଆଡ଼କୁ ହେବାର ଯୋଜନା ରହିଛି। ଏଚ୍ଆଇଏଲ୍ ୨୦୨୪-୨୫ ସଂସ୍କରଣରେ ୮ ପୁରୁଷ ଓ ୬ ମହିଳା ଦଳ ଲାଗି ଖେଳାଳି ପଞ୍ଜୀକରଣ ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏହା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ପ୍ରଥମ ଥର ମହିଳା […]

Samaya Live Picture
Published On

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ୮ ବର୍ଷ ପରେ ପୁଣି ଥରେ ଫେରିବାକୁ ଯାଉଛି। ଏହି ପ୍ରତିଯୋଗିତା ଚଳିତ ବର୍ଷ ଶେଷ ଆଡ଼କୁ ହେବାର ଯୋଜନା ରହିଛି। ଏଚ୍ଆଇଏଲ୍ ୨୦୨୪-୨୫ ସଂସ୍କରଣରେ ୮ ପୁରୁଷ ଓ ୬ ମହିଳା ଦଳ ଲାଗି ଖେଳାଳି ପଞ୍ଜୀକରଣ ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏହା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ପ୍ରଥମ ଥର ମହିଳା ଏଚ୍ଆଇଏଲ୍ ଆୟୋଜିତ ହେବ। ଏପରିକି ଉଭୟ ପୁରୁଷ ଓ ମହିଳା ଏଚ୍ଆଇଏଲ୍ ଏକା ସାଙ୍ଗରେ ଆୟୋଜନ ହେବାର ରହିଛି। ଭାରତ ସହ ୧୫ ଦେଶର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ଏହି ପ୍ରତିଯୋଗିତା ଲାଗି ପଞ୍ଜୀକରଣ କରିବାକୁ ଆମନ୍ତ୍ରଣ କରାଯାଇଛି। ଏହି ଲିଗ୍ ଏଫ୍ଆଇଏଚ୍ ୱିଣ୍ଡୋ ଅନୁଯାୟୀ ଚଳିତ ବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇ ୨୦୨୫ ଫେବ୍ରୁଆରି ପ୍ରଥମ ସପ୍ତାହରେ ଆୟୋଜନ କରାଯିବାର ଯୋଜନା ରହିଛି।

Tags: