ସ୍ବିସ୍‌ ଓପନ୍‌ ବ୍ୟାଡମିଣ୍ଟନ ସେମିଫାଇନାଲ୍‌ରେ ସାତ୍ତ୍ବିକ-ଚିରାଗ

ନୂଆଦିଲ୍ଲୀ, ୨୫/୩: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସ୍ବିସ୍‌ ଓପନ୍‌ ସୁପର ସିରିଜ ୩୦୦ ବ୍ୟାଡମିଣ୍ଟନର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ରାତିରେ ଖେଳାଯାଇଥିବା କ୍ବାର୍ଟରଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଡେନମାର୍କର ଜିପି ବେ ଓ ଲାସି ମୋଲହେଡେଙ୍କୁ ୧୫-୨୧, ୨୧-୧୧, ୨୧-୧୪ରେ ହରାଇଥିଲେ। ଏହି ମ୍ୟାଚ୍‌ ଏତେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଥିଲା ଯେ, ଖେଳ ପାଖାପାଖି ୯୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ଆଗକୁ ସେମିଫାଇନାଲ୍‌ରେ ସାତ୍ତ୍ବିକ ଓ ଚିରାଗଙ୍କ ମୁକାବିଲା […]

Samaya Live Picture
Published On

ନୂଆଦିଲ୍ଲୀ, ୨୫/୩: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସ୍ବିସ୍‌ ଓପନ୍‌ ସୁପର ସିରିଜ ୩୦୦ ବ୍ୟାଡମିଣ୍ଟନର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ରାତିରେ ଖେଳାଯାଇଥିବା କ୍ବାର୍ଟରଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଡେନମାର୍କର ଜିପି ବେ ଓ ଲାସି ମୋଲହେଡେଙ୍କୁ ୧୫-୨୧, ୨୧-୧୧, ୨୧-୧୪ରେ ହରାଇଥିଲେ। ଏହି ମ୍ୟାଚ୍‌ ଏତେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଥିଲା ଯେ, ଖେଳ ପାଖାପାଖି ୯୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ଆଗକୁ ସେମିଫାଇନାଲ୍‌ରେ ସାତ୍ତ୍ବିକ ଓ ଚିରାଗଙ୍କ ମୁକାବିଲା ମାଲେସିଆର ଓଙ୍ଗ୍‌ ଇୟୁ ସିନ୍‌ ଓ ଟିଓ ଇ ୟେଇଙ୍କ ସହିତ ମୁକାବିଲା ହେବ। ପ୍ରତିଯୋଗିତାରୁ ସମସ୍ତ ଭାରତୀୟ ଖେଳାଳି ବିଦାୟ ନେଇସାରିଥିଲା ବେଳେ କେବଳ ପୁରୁଷ ଡବଲ୍ସରେ ସାତ୍ତ୍ବିକ ଓ ଚିରାଗଙ୍କ ଯୋଡ଼ି ଟ୍ରଫି ଆଡ଼କୁ ମୁହାଁଇଛନ୍ତି। ଅଲ୍‌ ଇଂଲଣ୍ଡ ଚାମ୍ପିଅନ୍‌ସିପ୍‌ରେ ଏହି ଯୋଡ଼ି ପ୍ରାରମ୍ଭିକ ରାଉଣ୍ଡରୁ ବିଦାୟ ନେଇଥିଲା। ତେଣୁ ସ୍ବିସ୍‌ ଓପନରେ ଗୋଟିକ ପରେ ଗୋଟିଏ ମ୍ୟାଚ୍‌ ଜିତି ସେମାନେ ଆତ୍ମବିଶ୍ବାସ ଫେରି ପାଇଛନ୍ତି।

Tags: