ସ୍ପାନିସ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

ମାଦ୍ରିଦ: ରେଡ୍ ବୁଲ୍ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍ ରବିବାର ସ୍ପାନିସ ଗ୍ରାଁ ପ୍ରି ଜିତିଛନ୍ତି। ଏଥିସହ ଭର୍ସ୍ତାପେନ (୧୭୦ ପଏଣ୍ଟ) ଫର୍ମୁଲା ୱାନ୍ ବିଶ୍ବ ବିଜେତା ଦୌଡ଼ରେ ଆଗରେ ରହିଛନ୍ତି। ତାଙ୍କ ପଛକୁ ଦଳୀୟ ସାଥୀ ସର୍ଜିଓ ପେରେଜ (୧୧୭) ରହିଛନ୍ତି। ଏଥସହ ଭର୍ସ୍ତାପେନଙ୍କ ଦଳ ରେଡ୍ ବୁଲ୍ ଚଳିତ ଋତୁର ୭ଟି ଯାକ ରେସ୍ ଜିତିବାର ଗୌରବ ମଧ୍ୟ ପାଇଛି। ଭର୍ସ୍ତାପେନଙ୍କ ଏହା ଚଳିତ ଋତୁର ପଞ୍ଚମ ବିଜୟ। ବାର୍ସିଲାନାର କାଟାଲୁନ୍ୟରେ ଆୟୋଜିତ ଏହି ରେସ୍କୁ […]

Samaya Live Picture
Published On

ମାଦ୍ରିଦ: ରେଡ୍ ବୁଲ୍ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍ ରବିବାର ସ୍ପାନିସ ଗ୍ରାଁ ପ୍ରି ଜିତିଛନ୍ତି। ଏଥିସହ ଭର୍ସ୍ତାପେନ (୧୭୦ ପଏଣ୍ଟ) ଫର୍ମୁଲା ୱାନ୍ ବିଶ୍ବ ବିଜେତା ଦୌଡ଼ରେ ଆଗରେ ରହିଛନ୍ତି। ତାଙ୍କ ପଛକୁ ଦଳୀୟ ସାଥୀ ସର୍ଜିଓ ପେରେଜ (୧୧୭) ରହିଛନ୍ତି। ଏଥସହ ଭର୍ସ୍ତାପେନଙ୍କ ଦଳ ରେଡ୍ ବୁଲ୍ ଚଳିତ ଋତୁର ୭ଟି ଯାକ ରେସ୍ ଜିତିବାର ଗୌରବ ମଧ୍ୟ ପାଇଛି। ଭର୍ସ୍ତାପେନଙ୍କ ଏହା ଚଳିତ ଋତୁର ପଞ୍ଚମ ବିଜୟ। ବାର୍ସିଲାନାର କାଟାଲୁନ୍ୟରେ ଆୟୋଜିତ ଏହି ରେସ୍କୁ ଭର୍ସ୍ତାପେନ ୧:୨୭:୫୭.୯୪୦ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କଠୁ ୨୪.୦୯ ସେକେଣ୍ଡ ପଛରେ ପଡ଼ି ୭ ଥରର ବିଶ୍ବ ବିଜେତା ମର୍ସିଡିଜ୍ର ଲୁଇସ ହାମିଲଟନ୍ ଦ୍ବିତୀୟରେ ରହିଥିଲେ। ମସିର୍ଡିଜ୍ର ଜର୍ଜ ରସେଲ ତୃତୀୟ ସ୍ଥାନରେ ରହି ପୋଡ଼ିଅମ ଫିନିସ କରିଛନ୍ତି। ରେଡ୍ ବୁଲ୍ର ପେରେଜ ଚତୁର୍ଥ ଏବଂ ଫେରାରିର କାର୍ଲୋସ ସୈଞ୍ଜ ଜୁନିଅର ପଞ୍ଚମ ସ୍ଥାନରେ ରହିଥିଲେ।

Tags: