‘ସ୍ପାଇଡର ମ୍ୟାନ୍: ଆକ୍ରସ ଦ ସ୍ପାଇଡର ଭର୍ସ’ ରେ ସୁପରହିରୋଙ୍କ ପାଇଁ ସ୍ବର ଦେବେ ଶୁବମନ ଗିଲ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶୁବମନ ଗିଲ୍ ଖୁବ୍ ଶୀଘ୍ର ସିନେମା ଜଗତରେ ମଧ୍ୟ ପାଦ ଥାପିବାକୁ ଯାଉଛନ୍ତି। ହେଲେ ଅଭିନୟ ମାଧ୍ୟମରେ ନୁହେଁ ବରଂ ଜଣେ ଭଏସ୍ ଡବିଂ ଆର୍ଟିଷ୍ଟ ଭାବେ ସେ ପ୍ରଚ୍ଛଦପଟରେ କାମ କରିବେ। ଭାରତୀୟ ଅନିମେଟେଡ୍ ଚଳଚ୍ଚିତ୍ର ‘ସ୍ପାଇଡର ମ୍ୟାନ୍: ଆକ୍ରସ ଦ ସ୍ପାଇଡର ଭର୍ସ’ ରେ ସୁପରହିରୋ ପବିତ୍ର ପ୍ରଭାକରଙ୍କ ପାଇଁ ସେ ସ୍ବର ଦେବେ। ଏହି ସିନେମା ସୋନି ପକ୍ଚର୍ସ ଏଣ୍ଟରଟେନମେଣ୍ଟ ଇଣ୍ଡିଆ ପକ୍ଷରୁ ଜୁନ୍ ୨ ତାରିଖରେ ସାରା […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶୁବମନ ଗିଲ୍ ଖୁବ୍ ଶୀଘ୍ର ସିନେମା ଜଗତରେ ମଧ୍ୟ ପାଦ ଥାପିବାକୁ ଯାଉଛନ୍ତି। ହେଲେ ଅଭିନୟ ମାଧ୍ୟମରେ ନୁହେଁ ବରଂ ଜଣେ ଭଏସ୍ ଡବିଂ ଆର୍ଟିଷ୍ଟ ଭାବେ ସେ ପ୍ରଚ୍ଛଦପଟରେ କାମ କରିବେ। ଭାରତୀୟ ଅନିମେଟେଡ୍ ଚଳଚ୍ଚିତ୍ର ‘ସ୍ପାଇଡର ମ୍ୟାନ୍: ଆକ୍ରସ ଦ ସ୍ପାଇଡର ଭର୍ସ’ ରେ ସୁପରହିରୋ ପବିତ୍ର ପ୍ରଭାକରଙ୍କ ପାଇଁ ସେ ସ୍ବର ଦେବେ। ଏହି ସିନେମା ସୋନି ପକ୍ଚର୍ସ ଏଣ୍ଟରଟେନମେଣ୍ଟ ଇଣ୍ଡିଆ ପକ୍ଷରୁ ଜୁନ୍ ୨ ତାରିଖରେ ସାରା ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସଂକ୍ରାନ୍ତରେ ସୋନି ଏଣ୍ଟରଟେନମେଣ୍ଟ ଓ ଗିଲ୍ଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ଘୋଷଣା କରାଯାଇଛି। ଉଭୟ ହିନ୍ଦୀ ଓ ପଞ୍ଜାବୀ ଭାଷାରେ ଗିଲ୍ ଡବ୍ କରିବେ। ସେହିପରି କରଣ ସୋନି ଏହାକୁ ଇଂରାଜୀ ଭାଷାରେ ଡବ୍ କରିବେ ବୋଲି ସୂଚନା ଦିଆଯାଇଛି। ସାରା ଭାରତରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ୍, ଗୁଜରାଟୀ, ମରାଠୀ, ପଞ୍ଜାବୀ ଓ ବେଙ୍ଗଲି ଭାଷାରେ ଏହି ସିନେମା ମୁକ୍ତିଲାଭ କରିବ।

Tags: