ସୋଏବ୍ ବସିର୍ଙ୍କୁ ଭାରତୀୟ ଭିସା ମିଳିଲା
ନୂଆଦିଲ୍ଲୀ: ଇଂଲଣ୍ଡର ଯୁବ ସ୍ପିନର ସୋଏବ୍ ବସିରଙ୍କୁ ଶେଷରେ ଭାରତ ବିପକ୍ଷ ଶୃଙ୍ଖଳାରେ ଖେଳିବାକୁ ଭିସା ମିଳିଛି। ତେବେ ସେ ଚଳିତ ସପ୍ତାହର ଶେଷ ଆଡ଼କୁ ଦଳ ସହିତ ଯୋଗଦେବେ ବୋଲି ଇସିବି ପକ୍ଷରୁ କୁହାଯାଇଛି। ଆବୁଧାବିରୁ ବସିର୍ଙ୍କୁ ଭାରତୀୟ ଭିସା ନମିଳିବାରୁ ସେ ଇଂଲଣ୍ଡ ଫେରିଯାଇଥିଲେ। ମୁଖ୍ୟ ଦଳ ସହିତ ବସିର ଆସିପାରି ନଥିବାରୁ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ଋଷି […]
ନୂଆଦିଲ୍ଲୀ: ଇଂଲଣ୍ଡର ଯୁବ ସ୍ପିନର ସୋଏବ୍ ବସିରଙ୍କୁ ଶେଷରେ ଭାରତ ବିପକ୍ଷ ଶୃଙ୍ଖଳାରେ ଖେଳିବାକୁ ଭିସା ମିଳିଛି। ତେବେ ସେ ଚଳିତ ସପ୍ତାହର ଶେଷ ଆଡ଼କୁ ଦଳ ସହିତ ଯୋଗଦେବେ ବୋଲି ଇସିବି ପକ୍ଷରୁ କୁହାଯାଇଛି। ଆବୁଧାବିରୁ ବସିର୍ଙ୍କୁ ଭାରତୀୟ ଭିସା ନମିଳିବାରୁ ସେ ଇଂଲଣ୍ଡ ଫେରିଯାଇଥିଲେ। ମୁଖ୍ୟ ଦଳ ସହିତ ବସିର ଆସିପାରି ନଥିବାରୁ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଥିଲା। ଜଣେ ବ୍ରିଟେନ୍ ନାଗରିକଙ୍କୁ ଭିସା ପ୍ରକ୍ରିୟା ବେଳେ ନିରପେକ୍ଷ ଭାବେ ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଶେଷରେ ବସିର୍ଙ୍କୁ ଭିସା ମିଳିଥିବାରୁ ଦ୍ବିତୀୟ ଟେଷ୍ଟ୍ ବେଳକୁ ସେ ଦଳ ସହିତ ଯୋଗଦେବେ ବୋଲି ସୂଚନା ଦିଆଯାଇଛି।




