ସୋସିଆଲ୍ ମିଡ଼ିଆରେ ପରସ୍ପରକୁ ଅନଫଲୋ କଲେ ଗାଙ୍ଗୁଲି-କୋହଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମ୍ୟାଚ୍ ଅବସରରେ କୋହଲି ଓ ସୌରଭଙ୍କ ଆଚରଣ ଉଭୟଙ୍କ ତିକ୍ତତାକୁ ପଦାକୁ ଆଣିଛି। ମ୍ୟାଚ୍ ଶେଷରେ ଦୁହେଁ ପରସ୍ପରକୁ ଦେଖିଥିଲେ ବି ନଦେଖିବା ଭଳି ଏଡାଇ ଯାଇଥିଲେ। ଉକ୍ତ ମ୍ୟାଚ୍ର ଏକାଧିକ ଭିଡିଓ ଏବେ ସୋସିଆଲ୍ ମିଡିଆରେ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମ୍ୟାଚ୍ ଅବସରରେ କୋହଲି ଓ ସୌରଭଙ୍କ ଆଚରଣ ଉଭୟଙ୍କ ତିକ୍ତତାକୁ ପଦାକୁ ଆଣିଛି। ମ୍ୟାଚ୍ ଶେଷରେ ଦୁହେଁ ପରସ୍ପରକୁ ଦେଖିଥିଲେ ବି ନଦେଖିବା ଭଳି ଏଡାଇ ଯାଇଥିଲେ। ଉକ୍ତ ମ୍ୟାଚ୍ର ଏକାଧିକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ବେଳେ ପରସ୍ପରପ୍ରତି ଦେଖାଇଥିବା ଆଚରଣ ଏହି ତିକ୍ତତାକୁ ଅଧିକ ଚର୍ଚ୍ଚିତ କରିଛି। ଦୁଇ ଦିନ ତଳେ କୋହଲି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଗାଙ୍ଗୁଲିଙ୍କୁ ଅନ୍ଫଲୋ କରିଥିଲା ବେଳେ ସୋମବାର ଗାଙ୍ଗୁଲି ମଧ୍ୟ କୋହଲିଙ୍କୁ ତାଙ୍କ ସୋସିଆଲ୍ ମିଡିଆରୁ ଅନଫଲୋ କରିଦେଇଛନ୍ତି। କିନ୍ତୁ ଏଭଳି କରିବାର କାରଣ ବିଷୟରେ ଯଦିଓ ଦୁହେଁ ମୁହଁ ଖୋଲିନାହାନ୍ତି, ତଥାପି ପୁରୁଣା ରାଗରୁଷାକୁ କେହି ଏପର୍ଯ୍ୟନ୍ତ ଭୂଲିନଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ସୂଚନାଯୋଗ୍ୟ, ନଭେମ୍ବର ୨୦୨୧ରେ କୋହଲିଙ୍କୁ ଦିନିକିଆ ନେତୃତ୍ବରୁ ହଟାଇବାରେ ଗାଙ୍ଗୁଲିଙ୍କ ଭୂମିକା ଥିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଛାଡ଼ିବା ପରେ ତାଙ୍କୁ ଦିନିକିଆ ଦାୟିତ୍ବରୁ ମଧ୍ୟ ହଟାଇ ଦିଆଯାଇଥିଲା। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ବୋଲି ଗାଙ୍ଗୁଲି କହିଥିଲା ବେଳେ ଟ୍ବେଣ୍ଟି-୨୦ ଦାୟିତ୍ବ ନଛାଡ଼ିବା ପାଇଁ କୋହଲିଙ୍କୁ ଅନୁରୋଧ କରିଥିବା ଗାଙ୍ଗୁଲି ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ନେତୃତ୍ବ ନେବା ଦାୟିତ୍ବରୁ ଓହରିବା ସଂକ୍ରାନ୍ତରେ କେହି ବି ଆଲୋଚନା କରିନଥିବା କହିଥିଲେ।




