ସେମିଫାଇନାଲ୍ ପ୍ରବେଶ ପାଇଁ ପାକିସ୍ତାନ, ଆଫଗାନିସ୍ତାନ ପାଇଁ ଅସମ୍ଭବ ଲକ୍ଷ୍ୟ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବୃହତ୍ ବିଜୟ ପରେ ପୂର୍ବ ବିଜେତା ପାକିସ୍ତାନ ଏବଂ ଚଳିତ ବିଶ୍ବକପ୍ରେ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ ଦେଇ କ୍ରିକେଟ୍ପ୍ରେମୀଙ୍କ ହୃଦୟ ଜିତି ନେଇଥିବା ଆଫଗାନିସ୍ତାନର ସେମିଫାଇନାଲ୍ ପ୍ରବେଶ ଆଶା ଆପାତତଃ ମଉଳିଯାଇଛି। ଉଭୟ ଦଳ ସମ୍ମୁଖରେ ଏବେ ଅସମ୍ଭବ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପରିସଂଖ୍ୟାନ ଅନୁସାରେ ନ୍ୟୁଜିଲାଣ୍ଡଠାରୁ ଉନ୍ନତ ନେଟ୍ ରନ୍ ହାର କରିବାକୁ ଆଫଗାନିସ୍ତାନକୁ ତା’ର ଶେଷ ଲିଗ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ଅନ୍ୟୂନ ୪୩୮ […]
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବୃହତ୍ ବିଜୟ ପରେ ପୂର୍ବ ବିଜେତା ପାକିସ୍ତାନ ଏବଂ ଚଳିତ ବିଶ୍ବକପ୍ରେ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ ଦେଇ କ୍ରିକେଟ୍ପ୍ରେମୀଙ୍କ ହୃଦୟ ଜିତି ନେଇଥିବା ଆଫଗାନିସ୍ତାନର ସେମିଫାଇନାଲ୍ ପ୍ରବେଶ ଆଶା ଆପାତତଃ ମଉଳିଯାଇଛି। ଉଭୟ ଦଳ ସମ୍ମୁଖରେ ଏବେ ଅସମ୍ଭବ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପରିସଂଖ୍ୟାନ ଅନୁସାରେ ନ୍ୟୁଜିଲାଣ୍ଡଠାରୁ ଉନ୍ନତ ନେଟ୍ ରନ୍ ହାର କରିବାକୁ ଆଫଗାନିସ୍ତାନକୁ ତା’ର ଶେଷ ଲିଗ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ଅନ୍ୟୂନ ୪୩୮ ରନ୍ର ଅସାଧାରଣ ବ୍ୟବଧାନରେ ହରାଇବାକୁ ହେବ। ଅନ୍ୟପକ୍ଷରେ ପାକିସ୍ତାନକୁ ତା’ର ଶେଷ ଲିଗ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଗତଥର ବିଜେତା ଇଂଲଣ୍ଡକୁ ୨୮୭ ରନ୍ରେ ପରାସ୍ତ କରିବାକୁ ପଡ଼ିବ। ପଶ୍ଚାତ୍ଧାବନରେ ଇଂଲଣ୍ଡକୁ ୧୫୦ ରନ୍ରେ ଅଟକାଇ ଏହାକୁ ମାତ୍ର ୩.୪ ଓଭରରେ ଜିତିବାକୁ ହେବ। ଇଂଲଣ୍ଡ ୫୦ ରନ୍ରେ ଅଲଆଉଟ୍ ହେଲେ ୫୧ ରନ୍ ଲକ୍ଷ୍ୟକୁ ୨ ଓଭରରେ ଏବଂ ଇଂଲଣ୍ଡ ୧୦୦ ରନ୍ରେ ଅଲଆଉଟ୍ ହେଲେ ୧୦୧ ରନ୍ର ଲକ୍ଷ୍ୟକୁ ୩ ଓଭରରେ ହାସଲ କରିବାକୁ ହେବ। ଯାହା ସଂପୂର୍ଣ୍ଣ ଅସମ୍ଭବ।




