ସେପ୍ଟେମ୍ବରରେ ଡେଭିସ୍ କପ୍ରୁ ଅବସର ନେବେ ରୋହନ ବୋପାନ୍ନା

ବେଙ୍ଗାଲୁରୁ: ଭାରତର ଟେନିସ୍ ଖେଳାଳି ରୋହନ ବୋପାନ୍ନା ସେପ୍ଟେମ୍ବରରେ ଡେଭିସ୍ କପ୍ରୁ ଅବସର ନେବାକୁ ବୁଧବାର ଘୋଷଣା କରିଛନ୍ତି। ଏହି ମାସରେ ମରକ୍କୋ ବିପକ୍ଷରେ ଘରୋଇ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହି କର୍ଣ୍ଣାଟକ ଖେଳାଳି ତାଙ୍କର ବିଦାୟୀ ମ୍ୟାଚ୍କୁ ନିଜ ରାଜ୍ୟରେ ଖେଳିବାରୁ ବଞ୍ଚିତ ହେବେ। ବୋପାନ୍ନା ତାଙ୍କର ଶେଷ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳିବାକୁ ଆଗ୍ରହ ରଖିଥିଲେ ବି, ଆଇଟା ପକ୍ଷରୁ ଉକ୍ତ ମ୍ୟାଚ୍କୁ ଉତ୍ତରପ୍ରଦେଶରେ କରାଯିବାକୁ ସ୍ଥିର କରିଛି। ବୋପାନ୍ନା ୨୦୦୨ ମସିହାରେ ଡେଭିସ୍ କପ୍ […]

Samaya Live Picture
Published On

ବେଙ୍ଗାଲୁରୁ: ଭାରତର ଟେନିସ୍ ଖେଳାଳି ରୋହନ ବୋପାନ୍ନା ସେପ୍ଟେମ୍ବରରେ ଡେଭିସ୍ କପ୍ରୁ ଅବସର ନେବାକୁ ବୁଧବାର ଘୋଷଣା କରିଛନ୍ତି। ଏହି ମାସରେ ମରକ୍କୋ ବିପକ୍ଷରେ ଘରୋଇ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହି କର୍ଣ୍ଣାଟକ ଖେଳାଳି ତାଙ୍କର ବିଦାୟୀ ମ୍ୟାଚ୍କୁ ନିଜ ରାଜ୍ୟରେ ଖେଳିବାରୁ ବଞ୍ଚିତ ହେବେ। ବୋପାନ୍ନା ତାଙ୍କର ଶେଷ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳିବାକୁ ଆଗ୍ରହ ରଖିଥିଲେ ବି, ଆଇଟା ପକ୍ଷରୁ ଉକ୍ତ ମ୍ୟାଚ୍କୁ ଉତ୍ତରପ୍ରଦେଶରେ କରାଯିବାକୁ ସ୍ଥିର କରିଛି। ବୋପାନ୍ନା ୨୦୦୨ ମସିହାରେ ଡେଭିସ୍ କପ୍ ପଦାର୍ପଣ କରିଥିଲେ। ଡେଭିସ୍ କପ୍ରେ ଭାରତ ପାଇଁ ସେ ୩୨ ମ୍ୟାଚ୍ରେ ପ୍ରତିନିଧିତ୍ବ କରିଛନ୍ତି। ବୋପାନ୍ନା ତାଙ୍କ ୩୨ ମ୍ୟାଚ୍ ମଧ୍ୟରୁ ୧୨ ଟି ସିଙ୍ଗଲ୍ସ ମ୍ୟାଚ୍ ଜିତିଥିଲା ବେଳେ ୧୦ ଡବଲ୍ସରେ ବିଜୟୀ ହୋଇଛନ୍ତି। ପୂର୍ବରୁ ଲିଆଣ୍ଡର ପେସ୍ ଭାରତ ପାଇଁ ସବୁଠୁ ଅଧିକ ୫୮ ମ୍ୟାଚ୍ ଖେଳିଥିଲା ବେଳେ ଜୟଦୀପ ମୁଖାର୍ଜୀ (୪୩), ରାମନାଥନ୍ କ୍ରିଷ୍ଣନ (୪୩), ପ୍ରେମଜିତ୍ ଲାଲ୍ (୪୧), ଆନନ୍ଦ ଅମୃତରାଜ (୩୯), ମହେଶ ଭୂପତି (୩୫), ବିଜୟ ଅମୃତରାଜ (୩୨) ସର୍ବାଧିକ ମାଚ୍ ଖେଳିଛନ୍ତି।

Tags: