ସୂର୍ଯ୍ୟକୁମାର ଯାଦବ ୨୦୨୩ର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର ଦଳର ମଧ୍ୟକ୍ରମ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ଥର ପାଇଁ ଆଇସିସିର ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି ଭାବେ ଘୋଷିତ ହୋଇଛନ୍ତି। ସୂର୍ଯ୍ୟ ୨୦୨୩ରେ ପାଖାପାଖି ୫୦ ହାରରେ ରନ୍ ସଂଗ୍ରହ କରିଥିଲେ। ବର୍ଷର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ସେ ମାତ୍ର ୭ ରନ୍ରୁ ଆରମ୍ଭ କରିଥିଲା ବେଳେ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ୫୧ ବଲ୍ରୁ ୧୧୨ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦ରୁ ୪୦ ରନ୍ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର ଦଳର ମଧ୍ୟକ୍ରମ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ଥର ପାଇଁ ଆଇସିସିର ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି ଭାବେ ଘୋଷିତ ହୋଇଛନ୍ତି। ସୂର୍ଯ୍ୟ ୨୦୨୩ରେ ପାଖାପାଖି ୫୦ ହାରରେ ରନ୍ ସଂଗ୍ରହ କରିଥିଲେ। ବର୍ଷର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ସେ ମାତ୍ର ୭ ରନ୍ରୁ ଆରମ୍ଭ କରିଥିଲା ବେଳେ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ୫୧ ବଲ୍ରୁ ୧୧୨ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦ରୁ ୪୦ ରନ୍ ମଧ୍ୟରେ ସେ ସ୍ଥିରତା ଦେଉଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪୪ ବଲ୍ରୁ ୮୩ ରନ୍ ସଂଗ୍ରହ କରିବା ପରେ ତାଙ୍କ ବ୍ୟାଟ୍ ଆଉ ଶାନ୍ତ ହୋଇନଥିଲା। ବର୍ଷର ଶେଷ ବେଳକୁ ସେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ୪୨ ବଲ୍ରୁ ୮୦ କରିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୬ ବଲ୍ରୁ ୫୬ ରନ୍ ଓ ୫୬ ବଲ୍ରୁ ଶତକ ଅର୍ଜନ କରି ଶ୍ରେଷ୍ଠତାର ପ୍ରମାଣ ଦେଇଥିଲେ।

Tags: