ସୁପର୍ ଓଭରରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିଅନ୍‌

ପାଲେକେଲ୍‌: ସୁପର୍ ଓଭର ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତି ନେଇଛି। ଉଭୟ ଦଳ ୧୩୭ ରନ୍‌ରେ ଅଟକିଯିବା ପରେ ମ୍ୟାଚ୍‌ ଟାଇ ରହିଥିଲା। କିନ୍ତୁ ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍‌ରେ ୨ ରନ୍ ଦେଇ ୨ ୱିକେଟ୍‌ ଦଖଲ କରିନେଇଥିଲେ। ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲ୍‌କୁ ସୁଇପ୍‌ରେ ଚୌକା ମାରି ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ। ୱାସିଂଟନ ସୁନ୍ଦର ମ୍ୟାଚ୍‌ର ଏବଂ […]

Samaya Live Picture
Published On

ପାଲେକେଲ୍‌: ସୁପର୍ ଓଭର ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତି ନେଇଛି। ଉଭୟ ଦଳ ୧୩୭ ରନ୍‌ରେ ଅଟକିଯିବା ପରେ ମ୍ୟାଚ୍‌ ଟାଇ ରହିଥିଲା। କିନ୍ତୁ ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍‌ରେ ୨ ରନ୍ ଦେଇ ୨ ୱିକେଟ୍‌ ଦଖଲ କରିନେଇଥିଲେ। ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲ୍‌କୁ ସୁଇପ୍‌ରେ ଚୌକା ମାରି ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ। ୱାସିଂଟନ ସୁନ୍ଦର ମ୍ୟାଚ୍‌ର ଏବଂ ସୂର୍ଯ୍ୟକୁମାର ୟାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପୂର୍ବରୁ ଟସ୍ ଜିତିଥିବା ଶ୍ରୀଲଙ୍କା ଫିଲ୍ଡିଂ କରିବା ସହ ପାୱାର ପ୍ଲେ ଭିତରେ ୪ ୱିକେଟ୍ ବାହାର କରି ନେଇଥିଲା। ନବମ ଓଭର ବେଳକୁ ଭାରତ ୪୮/୫ରେ ସଂଘର୍ଷ କରିଥିଲା। ସଂଜୁ ସାମ୍‌ସନ୍‌ (୦), ରିଙ୍କୁ ସିଂହ (୨), ସୂର୍ଯ୍ୟକୁମାର (୮) ବିଫଳ ହେବା ଭାରତକୁ ପଛକୁ ଠେଲିଥିଲା। ଦୁଇ କୁଶଲଙ୍କ ଭଲ ବ୍ୟାଟିଂ କାରଣରୁ ଶ୍ରୀଲଙ୍କା ନିଶ୍ଚିତ ବିଜୟ ଆଡ଼କୁ ଯାଉଥିବା ବେଳେ ୱାସିଂଟନ୍ ସୁନ୍ଦର, ରିଙ୍କୁ ସିଂହ, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ୟାଦବ ଦୁଇଟି ଲେଖାଏଁ ୱିକେଟ୍‌ ନେଇ ମ୍ୟାଚ୍‌କୁ ଟାଇ କରି ଦେଇଥିଲେ। ଏପରିକି ଶେଷ ଓଭରରେ ୬ ବଲ୍‌ରୁ ୬ ରନ୍ ଆବଶ୍ୟକ ଥିବାବେଳେ ସୂର୍ଯ୍ୟକୁମାର ୫ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରି ମ୍ୟାଚ୍‌ ଟାଇ କରିଦେଇଥିଲେ।

Tags: