ସୁପରସନ୍ଡେରେ ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା
ଅହମଦାବାଦ: ଦିନିକିଆ କ୍ରିକେଟ୍ ବିଶ୍ବକପ୍ର ଶେଷ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଦୁଇ ପୂର୍ବତନ ଚାମ୍ପିଅନ୍ ଭାରତ ଓ ଅଷ୍ଟ୍ରେଲିଆ। ଅହମଦାବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅପରାହ୍ନ ୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। କିନ୍ତୁ ଏହାର ଢେର ପୂର୍ବରୁ ଫାଇନାଲ୍ର ଉତ୍ସବ ସାରା ଦେଶରେ ଦେଖିବାକୁ ମିଳୁଛି। ତେବେ ଟ୍ରଫି ଜିତିବା ପାଇଁ ଭାରତ ପ୍ରବଳ ଦାବିଦାର ଥିବା ବେଳେ ପ୍ରଥମ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଯେପରି ହରାଇଥିଲା, ତାହାକୁ ପୁଣି ଥରେ ଅହମଦାବଦରେ ଦୋହରାଇ […]
ଅହମଦାବାଦ: ଦିନିକିଆ କ୍ରିକେଟ୍ ବିଶ୍ବକପ୍ର ଶେଷ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଦୁଇ ପୂର୍ବତନ ଚାମ୍ପିଅନ୍ ଭାରତ ଓ ଅଷ୍ଟ୍ରେଲିଆ। ଅହମଦାବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅପରାହ୍ନ ୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। କିନ୍ତୁ ଏହାର ଢେର ପୂର୍ବରୁ ଫାଇନାଲ୍ର ଉତ୍ସବ ସାରା ଦେଶରେ ଦେଖିବାକୁ ମିଳୁଛି। ତେବେ ଟ୍ରଫି ଜିତିବା ପାଇଁ ଭାରତ ପ୍ରବଳ ଦାବିଦାର ଥିବା ବେଳେ ପ୍ରଥମ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଯେପରି ହରାଇଥିଲା, ତାହାକୁ ପୁଣି ଥରେ ଅହମଦାବଦରେ ଦୋହରାଇ ଭାରତ ସମସ୍ତ ପ୍ରଶଂସକଙ୍କ ଆଶାକୁ ପୂରଣ କରିବାକୁ ଚେଷ୍ଟା କରିବ।
ଫାଇନାଲ୍ ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ପହଞ୍ଚି ପିଚ୍ ସ୍ଥିତି ଯାଞ୍ଚ କରିଛନ୍ତି। ଭାରତୀୟ ଖେଳାଳିମାନେ ମଧ୍ୟ ହାଲୁକା ଅଭ୍ୟାସ କରିଛନ୍ତି। ବିରାଟ କୋହଲି ବର୍ତ୍ତମାନ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିବାରୁ ତାଙ୍କ ଉପରେ ବିଶେଷ ନଜର ରହିବ। ସେହିପରି ଗୁଜରାଟ ଟାଇଟନ୍ସର ଖେଳାଳି ଶୁବମନ ଗିଲ୍ଙ୍କ ପାଇଁ ଏହି ପଡ଼ିଆ ଶୁଭଙ୍କର ହୋଇଥିବାରୁ ତାଙ୍କ ବ୍ୟାଟ୍ରୁ ମଧ୍ୟ ବଡ଼ ସ୍କୋର ଆଶା କରାଯାଇଛି। ବିଶେଷ କରି ଭାରତର ସବୁ ବ୍ୟାଟର ଓ ବୋଲରମାନେ ଏବେ ଫର୍ମରେ ଥିବାରୁ ଦଳ ତାହାର ଫାଇଦା ନେବ ବୋଲି ରୋହିତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିସାରିଛନ୍ତି।
ଅନ୍ୟପକ୍ଷରେ ପ୍ୟାଟ୍ କମିନ୍ସଙ୍କ ଦଳ ଛୋଟ ଟାର୍ଗେଟ୍କୁ ବି କିପରି ଡିଫେଣ୍ଡ କରିହେବ ତାହା ଦେଖାଇସାରିଛି। ସେହିପରି ଚଳିତ ବିଶ୍ବକପ୍ରେ ଆଡାମ ଜାମ୍ପା ୨୨ ୱିକେଟ୍ ନେଇ ଭାରତୀୟ ବ୍ୟାଟର୍ଙ୍କୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଅଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ୍ ବିଶ୍ବକପ୍ରେ ୨୦୦ ରନ୍ କରି କେତେ ଦୁର୍ଦ୍ଦଶ ତାହା ଦେଖାଇ ସାରିଛନ୍ତି। ତେଣୁ ନିହାତି କରିସ୍ମା ନହେଲେ ଭାରତୀୟ ବୋଲରଙ୍କୁ ସେ ନିର୍ଦ୍ଦୁମ ପ୍ରହାର କରିପାରନ୍ତି। ଆନ୍ତର୍ଜାତିକ ଦିନିକିଆରେ ଏହି ଦୁଇ ଦଳ ପୂର୍ବରୁ ୧୫୦ ଥର ସାମ୍ନାସାମ୍ନି ହୋଇଥିଲା ବେଳେ ଭାରତ ୫୭ ଓ ଅଷ୍ଟ୍ରେଲିଆ ୮୩ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ତେବେ ଏହି ରେକର୍ଡକୁ ଭୁଲି ଭାରତ ଯେର୍ଉ ଫର୍ମରେ ଅଛି ରବିବାର ମ୍ୟାଚ୍ରେ ଭାରତ ଆଧିପତ୍ୟ ବିସ୍ତାର କରିବାକୁ ପ୍ରାଥମିକତା ଦେବ।




