ସୁପରକିଙ୍ଗ୍ସକୁ ହରାଇଲା ରୟାଲ୍ସ
ଚେନ୍ନାଇ: ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପଏଣ୍ଟ ତାଲିକା ଶୀର୍ଷକୁ ଉଠିଛି ରାଜସ୍ଥାନ ରୟାଲ୍ସ। ବୁଧବାର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ରାଜସ୍ଥାନ ୩ ରନ୍ରେ ଚେନ୍ନାଇକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୮ ୱିକେଟ୍ ବିନିମୟରେ ୧୭୫ ରନ୍ କରିଥିଲା ବେଳେ ଚେନ୍ନାଇ ୧୭୨/୬ ସ୍କୋର କରିପାରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପାଇଁ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ରୂପରେ ପ୍ରଥମ ଝଟ୍କା ଲାଗିଥିଲା। ତେବେ ଜୋସ୍ […]
ଚେନ୍ନାଇ: ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପଏଣ୍ଟ ତାଲିକା ଶୀର୍ଷକୁ ଉଠିଛି ରାଜସ୍ଥାନ ରୟାଲ୍ସ। ବୁଧବାର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ରାଜସ୍ଥାନ ୩ ରନ୍ରେ ଚେନ୍ନାଇକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୮ ୱିକେଟ୍ ବିନିମୟରେ ୧୭୫ ରନ୍ କରିଥିଲା ବେଳେ ଚେନ୍ନାଇ ୧୭୨/୬ ସ୍କୋର କରିପାରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପାଇଁ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ରୂପରେ ପ୍ରଥମ ଝଟ୍କା ଲାଗିଥିଲା। ତେବେ ଜୋସ୍ ବଟଲର୍ ଓ ଦେବଦତ୍ତ ପଡ଼ିକଲ ପାଖାପାଖି ୭ ଓଭର ଏକାଠି ବ୍ୟାଟିଂ କରି ୭୮ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। କିନ୍ତୁ ଜାଦେଜା ଆସିବା ପରେ ଗୋଟିଏ ଓଭରରେ ଦେବଦତ୍ତ ଓ ସଞ୍ଜୁ ସାମସନ୍ଙ୍କୁ ଆଉଟ୍ କରି ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ। ବଟଲର୍ଙ୍କ ସହ ମିଶି ରବିଚନ୍ଦ୍ରନ ଅଶ୍ବିନ ଚତୁର୍ଥ ୱିକେଟ୍ରେ ୪୭ ରନ୍ ଯୋଡ଼ିଥିଲେ। ତେବେ ଯୁବ ଦ୍ରୁତ ବୋଲର ଆକାଶ ସିଂହଙ୍କ ଦ୍ବାରା ଅଶ୍ବିନ୍ ଆଉଟ ହେବା ପରେ ମୋଇନ୍ ଅଲ୍ଲୀ ଅର୍ଦ୍ଧଶତକ ହାସଲକାରୀ ବଟଲରଙ୍କୁ ବୋଲ୍ଡ କରିଦେଇଥିଲେ। ସିମ୍ରନ୍ ହେଟମାୟର କିନ୍ତୁ ଅପରାଜିତ ରହି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଡେଭନ୍ କନୱେ ଓ ଆଜିଙ୍କ୍ୟ ରାହାଣେ ଦ୍ବିତୀୟ ୱିକେଟ୍ରେ ୬୮ ରନ୍ । ଅଶ୍ବିନ ଲଗାତାର ଓଭରରେ ରାହାଣେ ଓ ଶିବମ ଦୁବେଙ୍କୁ ଆଉଟ୍ କରିବା ପରେ ମୋଇନ୍ ଅଲ୍ଲୀ ଓ ଅମ୍ବାତି ରାୟୁଡୁ କମ୍ ରନ୍ ବ୍ୟବଧାନରେ ଆଉଟ୍ ହେବାରୁ ଚେନ୍ନାଇ ଉପରେ ଚାପ ବଢିଯାଇଥିଲା। ଅର୍ଦ୍ଧଶତକ କରିବା ପରେ କନୱେ ମଧ୍ୟ ବଡ଼ ସଟ୍ ମାରିବାକୁ ଯାଇ ନିଜ ୱିକେଟ୍ ହରାଇଥିଲେ। ମାତ୍ର ୨୧ ରନ୍ ମଧ୍ୟରେ ଏହି ୪ ୱିକେଟ୍ର ପତନ ଘଟିଥିଲା। ଧୋନି ଓ ଜାଦେଜା ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଶେଷ ଓଭରରେ ୨୧ ରନ୍ ଆବଶ୍ୟକ ଥିଲା ବେଳେ ଧୋନିଙ୍କ ଦୁଇଟି ଆକର୍ଷଣୀୟ ଛକା ସହାୟତାରେ ଅନ୍ତିମ ବଲ୍ରୁ ଆଉ ୫ ରନ୍ ଆବଶ୍ୟକ ହେଉଥିଲା। ହେଲେ ସନ୍ଦୀପ ଶର୍ମାଙ୍କ ୟର୍କରକୁ ଧୋନି ବାଉଣ୍ଡରି ମାରିନପାରିବାରୁ ଚେନ୍ନାଇ ମ୍ୟାଚ୍ରେ ପରାସ୍ତ ହୋଇଥିଲା।




