ସୁଦୀରମଣ କପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଚୀନ୍ର ସୁଝୌଠାରେ ଚାଲିଥିବା ସୁଦିରମଣ କପ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ପ୍ରଥମ ଦୁଇ ମୁକାବିଲାକୁ ଯଥାକ୍ରମେ ଚାଇନିଜ୍ ତାଇପେଇ (୧-୪) ଏବଂ ମାଲେସିଆ (୦-୫) ନିକଟରୁ ପରାଜୟ ବରଣ କରି ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ୍ ପଡ଼ିସାରିଥିବା ଭାରତ ବୁଧବାର ଶେଷ ଗ୍ରୁପ୍ ମ୍ୟାଚ୍ ଜିତି ଅଭିଯାନ ଶେଷ କରିଛି। ଶକ୍ତିଶାଳୀ ଗ୍ରୁପ୍-ସି’ରେ ସାମିଲ ଥିବା ଭାରତ ୪-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସାନ୍ତ୍ବନା ପାଇଛି। ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାର ମିକ୍ସଡ ଡବଲ୍ସରେ ସାଇ ପ୍ରତୀକ ଓ ତନୀଷା […]

Samaya Live Picture
Published On

ନୂଆଦିଲ୍ଲୀ: ଚୀନ୍ର ସୁଝୌଠାରେ ଚାଲିଥିବା ସୁଦିରମଣ କପ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ପ୍ରଥମ ଦୁଇ ମୁକାବିଲାକୁ ଯଥାକ୍ରମେ ଚାଇନିଜ୍ ତାଇପେଇ (୧-୪) ଏବଂ ମାଲେସିଆ (୦-୫) ନିକଟରୁ ପରାଜୟ ବରଣ କରି ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ୍ ପଡ଼ିସାରିଥିବା ଭାରତ ବୁଧବାର ଶେଷ ଗ୍ରୁପ୍ ମ୍ୟାଚ୍ ଜିତି ଅଭିଯାନ ଶେଷ କରିଛି। ଶକ୍ତିଶାଳୀ ଗ୍ରୁପ୍-ସି’ରେ ସାମିଲ ଥିବା ଭାରତ ୪-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସାନ୍ତ୍ବନା ପାଇଛି। ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାର ମିକ୍ସଡ ଡବଲ୍ସରେ ସାଇ ପ୍ରତୀକ ଓ ତନୀଷା କ୍ରାଷ୍ଟୋ ୨୧-୧୭, ୧୪-୨୧ ଓ ୧୮-୨୧ରେ କେନିଥ ଝି ହୁଇ ଚୁ-ଗ୍ରୋନ୍ୟା ସୋମରଭିଲ୍ଲିଙ୍କ ନିକଟରୁ ହାରି ଯାଇଥିଲା ବେଳେ ଅବଶିଷ୍ଟ ୪ ମ୍ୟାଚ୍କୁ ଭାରତ ଜିତି ନେଇଥିଲା। ଏଚ୍ଏସ୍ ପ୍ରଣୟ ପୁରୁଷ ଏକକରେ ଜାକ୍ ୟୁ’ଙ୍କୁ ୨୧-୮ ଓ ୨୧-୧୮ରେ ପରାସ୍ତ କରି ସ୍ଥିତି ୧-୧ କରିବା ପରେ ମହିଳା ଏକକରେ ପିଭି ସିନ୍ଧୁଙ୍କ ବଦଳ ଖେଳାଳି ଅନୁପମା ଉପାଧ୍ୟାୟ ୨୧-୧୬, ୨୧-୧୮ରେ ତିଫାନି ହୋ’ଙ୍କୁ ହରାଇ ଭାରତକୁ ୨-୧ର ଅଗ୍ରଣୀ ଦେଇଥିଲେ। ଏହାପରେ ପୁରୁଷ ଡବଲ୍ସରେ ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଳ ଯୋଡ଼ି ୨୧-୧୧ ଓ ୨୧-୧୨ରେ ରିକି ଟାଙ୍ଗ୍-ରୢାନେ ୱାଙ୍ଗ୍ଙ୍କୁ ଏବଂ ମହିଳା ଡବଲ୍ସରେ ତନୀଶା କ୍ରାଷ୍ଟୋ-ଅଶ୍ବିନୀ ପୋନାପ୍ପା ଯୋଡ଼ି ୨୧-୧୯ ଓ ୨୧-୧୩ରେ କାଟ୍ଲିନ୍ ଇଆ-ଆଞ୍ଜେଲା ୟୁ ଯୋଡ଼ିକୁ ପରାସ୍ତ କରି ଭାରତକୁ ୪-୧ର ବିଜୟ ଭେଟି ଦେଇଥିଲେ।

Tags: