ସୁଦିରମନ୍ କପ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ: ଚୀନର ସୁଝୋଉରେ ମେ ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସୁଦିରମନ୍ କପ୍ ଫାଇନାଲ୍ସ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଦଳ ଘୋଷଣା ହୋଇଛି। ଭାରତର ଦୁଇ ଶୀର୍ଷ ମାନ୍ୟତା ଏକକ ଖେଳାଳି ଏଚ୍ଏସ୍ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ ଏହି ଦଳରେ ସ୍ଥାନିତ ହୋଇଥିଲା ବେଳେ ଯୁଗଳରେ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ, ଧ୍ରୁବ କପିଲା-ଏମ୍ଆର୍ ଅର୍ଜୁନ ଭାରତୀୟ ଦଳରେ ସ୍ଥାନିତ ହୋଇଛନ୍ତି। ସେହିପରି ମହିଳା ଦଳରେ ପିଭି ସିନ୍ଧୁ ଓ ଜାତୀୟ ବିଜେତା […]
ନୂଆଦିଲ୍ଲୀ: ଚୀନର ସୁଝୋଉରେ ମେ ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସୁଦିରମନ୍ କପ୍ ଫାଇନାଲ୍ସ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଦଳ ଘୋଷଣା ହୋଇଛି। ଭାରତର ଦୁଇ ଶୀର୍ଷ ମାନ୍ୟତା ଏକକ ଖେଳାଳି ଏଚ୍ଏସ୍ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ ଏହି ଦଳରେ ସ୍ଥାନିତ ହୋଇଥିଲା ବେଳେ ଯୁଗଳରେ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ, ଧ୍ରୁବ କପିଲା-ଏମ୍ଆର୍ ଅର୍ଜୁନ ଭାରତୀୟ ଦଳରେ ସ୍ଥାନିତ ହୋଇଛନ୍ତି। ସେହିପରି ମହିଳା ଦଳରେ ପିଭି ସିନ୍ଧୁ ଓ ଜାତୀୟ ବିଜେତା ଅନୁପମା ଉପାଧ୍ୟାୟ ଏକକ ଦଳରେ ଥିବାବେଳେ ଗାୟତ୍ରୀ ଗୋପିଚାନ୍ଦ-ତ୍ରୀଷା ଜଲି ଏବଂ ଅଶ୍ବିନୀ ପୋନ୍ନାପା-ତନିଷା କ୍ରାଷ୍ଟୋ ଯୁଗଳ ଦଳରେ ରହିଛନ୍ତି। ମିଶ୍ରିତ ଯୁଗଳରେ କେ.ସାଇ ପ୍ରତୀକ ଓ ତନିଷାଙ୍କ ଯୋଡ଼ି ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ଲକ୍ଷ୍ୟ ସେନ୍ ଓ ଆକର୍ଷି କାଶ୍ୟପଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଥିବା ଭାରତୀୟ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍ ସି’ରେ ମାଲେସିଆ, ଚାଇନିଜ୍ ତାଇପେଇ ଓ ଅଷ୍ଟ୍ରେଲିଆ ସହିତ ସ୍ଥାନ ପାଇଛି।




