ସୁଟିଂ ବିଶ୍ବକପରେ ଭାରତୀୟ ମହିଳା ୫୦ ମିଟର ପିସ୍ତଲ ଦଳକୁ ସ୍ବର୍ଣ୍ଣ

ବକୁ: ଭାରତୀୟ ସୁଟର ତିୟାନା, ସାକ୍ଷୀ ସୂର୍ଯ୍ୟବଂଶୀ ଓ କିରଣଦୀପ କୌରଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ସୁଟିଂ ବିଶ୍ବକପ୍ର ୫୦ ମିଟର ପିସ୍ତଲରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୪ ରେ ପହଞ୍ଚିଛି। ଏଥିରେ ୬ ସ୍ବର୍ଣ୍ଣ, ୮ କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ପଦକ ତାଲିକାରେ ଚୀନ୍ ପଛକୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତୀୟ ସୁଟରମାନେ ଏହି ଇଭେଣ୍ଟରେ ମୋଟ ୧୫୭୩ ପଏଣ୍ଟ ପାଇଥିଲେ। ଭାରତ […]

Samaya Live Picture
Published On

ବକୁ: ଭାରତୀୟ ସୁଟର ତିୟାନା, ସାକ୍ଷୀ ସୂର୍ଯ୍ୟବଂଶୀ ଓ କିରଣଦୀପ କୌରଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ସୁଟିଂ ବିଶ୍ବକପ୍ର ୫୦ ମିଟର ପିସ୍ତଲରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୪ ରେ ପହଞ୍ଚିଛି। ଏଥିରେ ୬ ସ୍ବର୍ଣ୍ଣ, ୮ କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ପଦକ ତାଲିକାରେ ଚୀନ୍ ପଛକୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତୀୟ ସୁଟରମାନେ ଏହି ଇଭେଣ୍ଟରେ ମୋଟ ୧୫୭୩ ପଏଣ୍ଟ ପାଇଥିଲେ। ଭାରତ ପଛକୁ ଚୀନ୍ ୧୫୬୭ ପଏଣ୍ଟ ସହ ଦ୍ବିତୀୟ ଓ ମଙ୍ଗୋଲିଆ ୧୫୬୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା। ତିୟାନା ଏହି ଇଭେଣ୍ଟରେ ବ୍ୟକ୍ତିଗତ କାଂସ୍ୟ ପାଇଥିଲା ବେଳେ ୫୩୩ ପଏଣ୍ଟ ସଂଗ୍ରହ କରିଥିଲେ। ସାକ୍ଷୀ ପଞ୍ଚମ ସ୍ଥାନରେ ରହି ୫୩୧ ପଏଣ୍ଟ ଏବଂ କିରଣଦୀପ ୫୦୯ ପଏଣ୍ଟ ସହ ୧୧ତମ ସ୍ଥାନରେ ରହିଥିଲେ। ଏହା ବ୍ୟତୀତ ପୁରୁଷ ୫୦ ମିଟର ପିସ୍ତଲ ବିଭାଗରେ ଭାରତ କାଂସ୍ୟରେ ସନ୍ତୁଷ୍ଟ ରହିଛି। ରବିନ୍ଦର ସିଂହ ୫୫୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା ବେଳେ କମଲଦୀପ ଓ ବିକ୍ରମ ସିନ୍ଦେଙ୍କ ସ୍କୋରକୁ ମିଶାଇ ପୁରୁଷ ଦଳ ମୋଟ ୧୬୪୬ ପଏଣ୍ଟ ସହ କାଂସ୍ୟ ପାଇଥିଲା।

Tags: