ସୁଟିଂ ବିଶ୍ବକପରେ ଗାନେମତଙ୍କୁ ରୌପ୍ୟ, ଦର୍ଶନଙ୍କୁ କାଂସ୍ୟ

ନୂଆଦିଲ୍ଲୀ: ଅଲମାତିରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ବକପ୍ର ମହିଳା ସ୍କିଟ୍ରେ ଦୁଇ ଭାରତୀୟ ବରିଷ୍ଠ ସୁଟର ଗାନେମତ ସେଖୋଁ ଓ ଦର୍ଶନ ରାଥୋଡ଼ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ମହିଳା ସ୍କିଟ୍ରେ ପଦକ ଆସିବାରେ ଏହା ପ୍ରଥମ ଘଟଣା। କାଜାଖସ୍ତାନର ଅସିମ୍ ଓରିନ୍ବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ବକପ୍ରେ ଏହା ଗାନେମତଙ୍କ ଦ୍ବିତୟ ବ୍ୟକ୍ତିଗତ ପଦକ ହୋଇଥିଲା ବେଳେ ଦର୍ଶନଙ୍କ ପାଇଁ ଏହା ପ୍ରଥମ ପଦକ ଥିଲା। ଅନ୍ୟତମ ଭାରତୀୟ ପ୍ରତିଦ୍ବନ୍ଦ୍ବୀ ମାହେଶ୍ବରୀ ଚୌହାନ ଯୋଗ୍ୟତା […]

Samaya Live Picture
Published On

ନୂଆଦିଲ୍ଲୀ: ଅଲମାତିରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ବକପ୍ର ମହିଳା ସ୍କିଟ୍ରେ ଦୁଇ ଭାରତୀୟ ବରିଷ୍ଠ ସୁଟର ଗାନେମତ ସେଖୋଁ ଓ ଦର୍ଶନ ରାଥୋଡ଼ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ମହିଳା ସ୍କିଟ୍ରେ ପଦକ ଆସିବାରେ ଏହା ପ୍ରଥମ ଘଟଣା। କାଜାଖସ୍ତାନର ଅସିମ୍ ଓରିନ୍ବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ବକପ୍ରେ ଏହା ଗାନେମତଙ୍କ ଦ୍ବିତୟ ବ୍ୟକ୍ତିଗତ ପଦକ ହୋଇଥିଲା ବେଳେ ଦର୍ଶନଙ୍କ ପାଇଁ ଏହା ପ୍ରଥମ ପଦକ ଥିଲା। ଅନ୍ୟତମ ଭାରତୀୟ ପ୍ରତିଦ୍ବନ୍ଦ୍ବୀ ମାହେଶ୍ବରୀ ଚୌହାନ ଯୋଗ୍ୟତା ପର୍ଯ୍ୟାୟରେ ୧୦୮ ପଏଣ୍ଟ ସ୍କୋର କରି ୨୪ତମ ସ୍ଥାନରେ ରହିଥିଲେ। ପୁରୁଷ ସ୍କିଟ୍ରେ କେହି ଜଣେ ବି ଭାରତୀୟ ଫାଇନାଲ୍ରେ ପ୍ରବେଶ କରପାରିନଥିଲେ। ମୈରାଜ ଖାନ୍ ୧୧୯ ପଏଣ୍ଟ ପାଇଥିଲେ ବି ୧୬ତମ ସ୍ଥାନରେ ରହିଥିଲେ। ଗୁରଜୋତ ଖଙ୍ଗୁରା ସମାନ ସ୍କୋର ସହ ୧୮ତମ ସ୍ଥାନ ଏବଂ ଅନନ୍ତଜୀତ ସିଂହ ନରୁକ ତାଙ୍କ ପଛକୁ ୧୧୮ ପଏଣ୍ଟରେ ରହିଯାଇଥିଲେ।

Tags: