ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ଲାରା-ତେନ୍ଦୁଲକରଙ୍କ ନାମରେ ଗେଟ୍ ଖୋଲିଲା

ସିଡନି: ଭାରତର କିଂବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପସନ୍ଦିତା ପଡ଼ିଆ ଭିତରେ ଅନ୍ୟତମ ସିଡନିରେ ପ୍ରଥମ ଥର ପାଇଁ ଅଣ ଅଷ୍ଟ୍ରେଲିୟ କ୍ରିକେଟର୍ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ପଡ଼ିଆ ଭିତରକୁ ଯିବା ପାଇଁ ଥିବା ଗେଟ୍କୁ ସଚିନଙ୍କ ସହ ୱେଷ୍ଟଇଣ୍ଡିଜ୍ କିଂବଦନ୍ତି ବ୍ରାଏନ୍ ଲାରାଙ୍କ ନାମରେ ନାମିତ କରାଯାଇଛି। ଏହି ଗେଟ୍ ଡ୍ରେସିଂରୁମ୍ ପାଖକୁ ଥିବା ମେମ୍ବର୍ସ ପାଭିଲିଅନ୍ ଓ ନେବଲ୍ ବ୍ରାଡମ୍ୟାନ୍ ମେସେଞ୍ଜର ଷ୍ଟାଣ୍ଟ ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି। ଭାରତୀୟ ଦଳକୁ ଏହି ଗେଟ୍ […]

Samaya Live Picture
Published On

ସିଡନି: ଭାରତର କିଂବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପସନ୍ଦିତା ପଡ଼ିଆ ଭିତରେ ଅନ୍ୟତମ ସିଡନିରେ ପ୍ରଥମ ଥର ପାଇଁ ଅଣ ଅଷ୍ଟ୍ରେଲିୟ କ୍ରିକେଟର୍ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ପଡ଼ିଆ ଭିତରକୁ ଯିବା ପାଇଁ ଥିବା ଗେଟ୍କୁ ସଚିନଙ୍କ ସହ ୱେଷ୍ଟଇଣ୍ଡିଜ୍ କିଂବଦନ୍ତି ବ୍ରାଏନ୍ ଲାରାଙ୍କ ନାମରେ ନାମିତ କରାଯାଇଛି। ଏହି ଗେଟ୍ ଡ୍ରେସିଂରୁମ୍ ପାଖକୁ ଥିବା ମେମ୍ବର୍ସ ପାଭିଲିଅନ୍ ଓ ନେବଲ୍ ବ୍ରାଡମ୍ୟାନ୍ ମେସେଞ୍ଜର ଷ୍ଟାଣ୍ଟ ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି। ଭାରତୀୟ ଦଳକୁ ଏହି ଗେଟ୍ ଦେଇ ପଡ଼ିଆକୁ ଯିବାକୁ ଆହୁରି ବର୍ଷେ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି କୁହାଯାଇଛି। ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଏହି ପଡ଼ିଆ ଭିତରକୁ ଡନ୍ ବ୍ରାଡମ୍ୟାନ୍ ଗେଟ୍ ଦେଇ ପଡ଼ିଆକୁ ପ୍ରବେଶ କରିଆସୁଥିଲେ। ଏହାବାଦ୍ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆର୍ଥର ମୋରିସ୍ ଓ ଆଲାନ୍ ଡେଭିଡ୍ସନ୍ଙ୍କ ନାମରେ ପୂର୍ବରୁ ଏସ୍ସିଜିରେ ଗେଟ୍ ରହିଛି। ଲାରା-ତେନ୍ଦୁଲକର ଗେଟ୍କୁ ୨୦୧୯-୨୦ ଋତୁରୁ ଅନାବରଣ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ଏହି ବର୍ଷ ଉଭୟ କିଂବଦନ୍ତି କ୍ରିକେଟର୍ ଅଷ୍ଟ୍ରେଲିଆରେ ଉପସ୍ଥିତ ଥିଲେ। କିନ୍ତୁ ସଚିନଙ୍କ ମାଇଲ୍ଖୁଣ୍ଟ ଜନ୍ମଦିନ ଆସୁଥିବାରୁ ଏହି ଯୋଜନାକୁ ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ସିଡନିରେ ସଚିନ ୫ ଟେଷ୍ଟ ମ୍ୟାଚ୍ ଖେଳିଥିଲା ବେଳେ ୧୫୭.୦୦ ହାରରେ ୭୮୫ ରନ୍କରିଥିଲେ। ସେ ମାରିଥିବା ୩ ଶତକ ମଧ୍ୟରୁ ଥରେ ୨୪୧ ରନ୍ କରି ଅପରାଜିତ ଥିଲେ। ସେହିପରି ଲାରା ଏଠାରେ ୪ ମ୍ୟାଚ୍ ଖେଳିଥିଲା ବେଳେ ୫୪.୮୪ ହାରରେ ୩୮୪ ରନ୍ କରିଛନ୍ତି। ତାଙ୍କର ପ୍ରଥମ ଟେଷ୍ଟ ଶତକ ଏହି ପଡ଼ିଆରେ ମାରିଥିଲା ବେଳେ ୨୭୭ ରନ୍ କରି ଆଉଟ୍ ହୋଇଥିଲେ। ସିଡନି ପକ୍ଷରୁ ଉଭୟ କ୍ରିକେଟର୍ଙ୍କ ନାମରେ ଗେଟ୍ କରାଯିବା ପରେ ସଚିନ ଓ ଲାରା ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Tags: