ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ସେମିଫାଇନାଲରେ ତ୍ରୀଶା-ଗାୟତ୍ରୀ

ସିଙ୍ଗାପୁର: ଉଦୀୟମାନ ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଚଳିତ ସିଙ୍ଗାପୁର ଓପନ୍ ସୁପର ୭୫୦ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ବିଶ୍ବର ଦୁଇ ନମ୍ବର ଯୋଡ଼ିକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଏହି ରାଜ୍ୟଗୋଷ୍ଠୀ କାଂସ୍ୟ ବିଜେତା ଯୋଡ଼ି ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ୧୮-୨୧, ୨୧-୧୯, ୨୪-୨୨ରେ ଷଷ୍ଠ ମାନ୍ୟତାପ୍ରାପ୍ତ କୋରିଆର କିମ୍ ସୋ ୟିଓଙ୍ଗ ଓ କଙ୍ଗ ହି ୟଙ୍ଗଙ୍କୁ ପରାସ୍ତ କରିଛନ୍ତି। ୩୦ତମ ମାନ୍ୟତାପ୍ରାପ୍ତ ତ୍ରୀଶା-ଗାୟତ୍ରୀ ସେମିଫାଇନାଲ୍ରେ […]

Samaya Live Picture
Published On

ସିଙ୍ଗାପୁର: ଉଦୀୟମାନ ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଚଳିତ ସିଙ୍ଗାପୁର ଓପନ୍ ସୁପର ୭୫୦ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ବିଶ୍ବର ଦୁଇ ନମ୍ବର ଯୋଡ଼ିକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଏହି ରାଜ୍ୟଗୋଷ୍ଠୀ କାଂସ୍ୟ ବିଜେତା ଯୋଡ଼ି ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ୧୮-୨୧, ୨୧-୧୯, ୨୪-୨୨ରେ ଷଷ୍ଠ ମାନ୍ୟତାପ୍ରାପ୍ତ କୋରିଆର କିମ୍ ସୋ ୟିଓଙ୍ଗ ଓ କଙ୍ଗ ହି ୟଙ୍ଗଙ୍କୁ ପରାସ୍ତ କରିଛନ୍ତି। ୩୦ତମ ମାନ୍ୟତାପ୍ରାପ୍ତ ତ୍ରୀଶା-ଗାୟତ୍ରୀ ସେମିଫାଇନାଲ୍ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜାପାନର ନାମି ମାତ୍ସୁୟାମା ଓ ଚିହାରୁ ସିଦାଙ୍କୁ ଭେଟିବେ।

Tags: