ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପିଭି ସିନ୍ଧୁ
ସିଙ୍ଗାପୁର: ଭାରତର ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ସହଜ ବିଜୟ ସହ ସିଙ୍ଗାପୁର ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ମୁକାବିଲାରେ ସିନ୍ଧୁ ୨୧-୧୨, ୨୨-୨୦ରେ ଡେନ୍ମାର୍କର ଲିନ୍ ହୋଜମାର୍କ ଜାଇର୍ସଫେଲ୍ଡଙ୍କୁ ପରାସ୍ତ କରିଥିଲେ। ଦୁଇ ବର୍ଷ ତଳେ ସିଙ୍ଗାପୁରରେ ବିଡବ୍ଲୁଏଫ୍ ମୁକୁଟ ଜିତିଥିବା ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ରିଓ ଅଲିମ୍ପିକ୍ ବିଜୟିନୀ ସ୍ପେନ୍ର କାରୋଲିନା ମାରିନ୍ଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ବିଶ୍ବର ୧୪ […]
ସିଙ୍ଗାପୁର: ଭାରତର ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ସହଜ ବିଜୟ ସହ ସିଙ୍ଗାପୁର ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ମୁକାବିଲାରେ ସିନ୍ଧୁ ୨୧-୧୨, ୨୨-୨୦ରେ ଡେନ୍ମାର୍କର ଲିନ୍ ହୋଜମାର୍କ ଜାଇର୍ସଫେଲ୍ଡଙ୍କୁ ପରାସ୍ତ କରିଥିଲେ। ଦୁଇ ବର୍ଷ ତଳେ ସିଙ୍ଗାପୁରରେ ବିଡବ୍ଲୁଏଫ୍ ମୁକୁଟ ଜିତିଥିବା ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ରିଓ ଅଲିମ୍ପିକ୍ ବିଜୟିନୀ ସ୍ପେନ୍ର କାରୋଲିନା ମାରିନ୍ଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ବିଶ୍ବର ୧୪ ନମ୍ବର ଲକ୍ଷ୍ୟ ସେନ୍ ୧୩-୨୧, ୨୧-୧୬, ୧୩-୨୧ରେ ଏକ ନମ୍ବର ଭିକ୍ଟର ଆକ୍ସେଲସେନ୍ଙ୍କଠୁ ହାରି ଯାଇଛନ୍ତି। କିଦାମ୍ବି ଶ୍ରୀକାନ୍ତ ଜାପାନର କୋଡାଇ ନାରାଓକାଙ୍କ ବିପକ୍ଷରେ ଆହତ କାରଣରୁ ଅଧାରୁ ଓହରିଯାଇଛନ୍ତି। ମିଶ୍ରିତ ଯୁଗଳରେ ବି ସୁମିତ ରେଡ୍ଡୀ ଓ ଏନ୍ ସିକ୍କି ରେଡ୍ଡୀ ୧୮-୨୧, ୧୯-୨୧ରେ ମାଲେସିଆର ଗୋ ସୁନ ହୁଆତ ଓ ଲାଇ ସେଭନ ଜେମିଙ୍କଠୁ ଏବଂ ଭେଙ୍କଟ ଗୌରବ ପ୍ରସାଦ ଓ ଜୁହି ଦେବଗନ ୮-୨୧, ୮-୨୧ରେ ଡେନ୍ମାର୍କର ମାଡ୍ସ ଭଷ୍ଟରଗାର୍ଡ ଓ କ୍ରିଷ୍ଟିନ୍ ବୁଚ୍ଙ୍କଠୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି।




