ସିଙ୍ଗାପୁର ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ସିନ୍ଧୁ, ପ୍ରଣୟ, ସାଇନା
ସିଙ୍ଗାପୁର: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ମଙ୍ଗଳବାର ସିଙ୍ଗାପୁର ଓପନ୍ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଜାପାନ୍ର ଅକାନି ୟାମାଗୁଚି ୨୧-୧୮, ୧୯-୨୧, ୨୧-୧୭ ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ସେହିପରି ତୃତୀୟ କୋଡାଇ ନାରାଓକା ୨୧-୧୫, ୨୧-୧୯ ରେ ପ୍ରଣୟଙ୍କୁ ପରାଜିତ କରିଥିଲେ। ଅନ୍ୟଏକ ମହିଳା ସିଙ୍ଗଲ୍ସ ମ୍ୟାଚ୍ରେ ଉଭୟ ସାଇନା ନେହୱାଲ୍ ଓ ଆକର୍ଷି କାଶ୍ୟପ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ଥାଇଲାଣ୍ଡର ରତଚାନୋକ […]
ସିଙ୍ଗାପୁର: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ମଙ୍ଗଳବାର ସିଙ୍ଗାପୁର ଓପନ୍ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଜାପାନ୍ର ଅକାନି ୟାମାଗୁଚି ୨୧-୧୮, ୧୯-୨୧, ୨୧-୧୭ ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ସେହିପରି ତୃତୀୟ କୋଡାଇ ନାରାଓକା ୨୧-୧୫, ୨୧-୧୯ ରେ ପ୍ରଣୟଙ୍କୁ ପରାଜିତ କରିଥିଲେ। ଅନ୍ୟଏକ ମହିଳା ସିଙ୍ଗଲ୍ସ ମ୍ୟାଚ୍ରେ ଉଭୟ ସାଇନା ନେହୱାଲ୍ ଓ ଆକର୍ଷି କାଶ୍ୟପ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ଥାଇଲାଣ୍ଡର ରତଚାନୋକ ଇଣ୍ଟାନନ୍ ୨୧-୧୩, ୨୧-୧୫ରେ ସାଇନାଙ୍କୁ ଏବଂ ସୁପାନିଦା କାଟେଥୋଙ୍ଗ ୨୧-୧୭, ୨୧-୯ ରେ କାଶ୍ୟପଙ୍କୁ ହରାଇଥିଲେ। ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ଗୁଡ଼ିକରେ କିଦାମ୍ବି ଶ୍ରୀକାନ୍ତ ଓ ଯୁଗଳରେ ଅର୍ଜୁନ-ଧ୍ରୁବ କପିଳାଙ୍କ ଯୋଡ଼ି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶ୍ରୀକାନ୍ତ ତାଙ୍କ ଥାଇଲାଣ୍ଡ ପ୍ରତିଦ୍ବନ୍ଦ୍ବୀ କଣ୍ଟାଫନ୍ ୱାଙ୍ଗଚାରୋଇନ୍ଙ୍କୁ ୨୧-୧୫, ୨୧-୧୯ରେ ହରାଇଥିଲା ବେଳେ ଅର୍ଜୁନ-ଧ୍ରୁବ୍ ଯୋଡ଼ି ଫ୍ରାନ୍ସର ଲୁକାସ୍ କର୍ଭି-ରୋନନ ଲାବରଙ୍କ ଯୋଡ଼ିକୁ ୨୧-୧୬, ୨୧-୧୫ ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।




