ସିଏ-ୱାଙ୍ଗଙ୍କୁ ଫ୍ରେଞ୍ଚ ଓପନ୍ ମହିଳା ଡବଲ୍ସ ଟ୍ରଫି
ପ୍ୟାରିସ: ତାଇୱାନର ସିଏ ସୁ-ୱେଇ ଓ ଚୀନ୍ର ୱାଙ୍ଗ ଜିନୟୁ ଫ୍ରେଞ୍ଚ ଓପନ୍ ମହିଳା ଡବଲ୍ସ ଟ୍ରଫି ଜିତିଛନ୍ତି। ଫାଇନାଲ୍ରେ ଏହି ତାଇୱାନ ଓ ଚୀନ୍ ଯୋଡ଼ି ୧-୬, ୭-୬ (୭/୫), ୬-୧ ସେଟ୍ରେ ଆମେରିକା ଓ କାନାଡ଼ା ଯୋଡ଼ି ଟେଲର ଟାଉନସେଣ୍ଡ ଓ ଲେଲା ଫାର୍ଣ୍ଣାଣ୍ଡିଜ୍ଙ୍କୁ ପରାସ୍ତ କରିଥିଲେ। ୩୭ ବର୍ଷୀୟା ସିଏଙ୍କ ଏହା ପଞ୍ଚମ ଗ୍ରାଣ୍ଡ ସ୍ଲାମ୍ ଡବଲ୍ସ ଟ୍ରଫି ଏବଂ ପାରିସ୍ରେ ଦ୍ବିତୀୟ। ୨୦୧୪ରେ ସେ ଚୀନ୍ର ପେଙ୍ଗ ସୁଆଇଙ୍କୁ ସାଥୀ କରି […]
ପ୍ୟାରିସ: ତାଇୱାନର ସିଏ ସୁ-ୱେଇ ଓ ଚୀନ୍ର ୱାଙ୍ଗ ଜିନୟୁ ଫ୍ରେଞ୍ଚ ଓପନ୍ ମହିଳା ଡବଲ୍ସ ଟ୍ରଫି ଜିତିଛନ୍ତି। ଫାଇନାଲ୍ରେ ଏହି ତାଇୱାନ ଓ ଚୀନ୍ ଯୋଡ଼ି ୧-୬, ୭-୬ (୭/୫), ୬-୧ ସେଟ୍ରେ ଆମେରିକା ଓ କାନାଡ଼ା ଯୋଡ଼ି ଟେଲର ଟାଉନସେଣ୍ଡ ଓ ଲେଲା ଫାର୍ଣ୍ଣାଣ୍ଡିଜ୍ଙ୍କୁ ପରାସ୍ତ କରିଥିଲେ। ୩୭ ବର୍ଷୀୟା ସିଏଙ୍କ ଏହା ପଞ୍ଚମ ଗ୍ରାଣ୍ଡ ସ୍ଲାମ୍ ଡବଲ୍ସ ଟ୍ରଫି ଏବଂ ପାରିସ୍ରେ ଦ୍ବିତୀୟ। ୨୦୧୪ରେ ସେ ଚୀନ୍ର ପେଙ୍ଗ ସୁଆଇଙ୍କୁ ସାଥୀ କରି ଏଠାରେ ଟ୍ରଫି ଜିତିଥିଲେ। ସଏ ଓ ୱାଙ୍ଗ ଯୋଡ଼ିଙ୍କ ଏହା ଦ୍ବିତୀୟ ପ୍ରତିଯୋଗିତା। ଗତ ମାସରେ ଏହି ଯୋଡ଼ି ଏକାଠି ଷ୍ଟ୍ରାସ୍ବର୍ଗରେ ଖେଳିଥିଲେ।




