ସିଏସ୍କେର ଆଗାମୀ ଦୁଇଟି ମ୍ୟାଚ୍ରେ ଖେଳିବେନି ମୁସ୍ତାଫିଜୁର ରହମାନ୍
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଦ୍ରୁତ ବୋଲର ବାଂଲାଦେଶର ମୁସ୍ତାଫିଜୁର ରହମାନ୍ ଖେଳିବେନି। ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଆମେରିକାର ଭିସା ପ୍ରକ୍ରିୟା ଶେଷ କରିବା ପାଇଁ ମୁସ୍ତାଫିଜୁର ସ୍ବଦେଶ ଫେରିଯାଇଛନ୍ତି। ମୁସ୍ତାଫିଜୁର ସିଏସ୍କେର ପ୍ରଥମ ତିନି ମ୍ୟାଚ୍ରେ ଖେଳିଥିଲେ ଏବଂ ଆର୍ସିବି ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ସିଏସ୍କେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଓ ୮ ତାରିଖରେ କୋଲାକାତା ନାଇଟ୍ ରାଇଡର୍ସ ସହିତ ଖେଳିବ। […]
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଦ୍ରୁତ ବୋଲର ବାଂଲାଦେଶର ମୁସ୍ତାଫିଜୁର ରହମାନ୍ ଖେଳିବେନି। ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଆମେରିକାର ଭିସା ପ୍ରକ୍ରିୟା ଶେଷ କରିବା ପାଇଁ ମୁସ୍ତାଫିଜୁର ସ୍ବଦେଶ ଫେରିଯାଇଛନ୍ତି। ମୁସ୍ତାଫିଜୁର ସିଏସ୍କେର ପ୍ରଥମ ତିନି ମ୍ୟାଚ୍ରେ ଖେଳିଥିଲେ ଏବଂ ଆର୍ସିବି ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ସିଏସ୍କେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଓ ୮ ତାରିଖରେ କୋଲାକାତା ନାଇଟ୍ ରାଇଡର୍ସ ସହିତ ଖେଳିବ। ଯଦି ମୁସ୍ତାଫିଜୁର ତାଙ୍କ ଭିସା ପ୍ରକ୍ରିୟା ଶେଷ କରନ୍ତି, ତାହେଲେ ଏପ୍ରିଲ୍ରେ ୪ ମ୍ୟାଚ୍ରେ ସେ ଖେଳିପାରିବେ। ଏପ୍ରିଲ୍ ୩୦ ପରେ ସେ ଜିମ୍ବାୱେ ବିପକ୍ଷ ୫ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ବାଂଲାଦେଶ ଦଳ ସହିତ ଯୋଗଦେବେ।




