ସିଏସ୍‌କେକୁ ହରାଇ ଆଇପଏଲ୍‌ ପ୍ଲେଅଫ୍‌ରେ ଆର୍‌ସିବି

ବେଙ୍ଗାଲୁରୁ: ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍‌କେ) କୁ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ଲେଅଫରେ ପ୍ରବେଶ କରିଛି। ଆର୍ସିବି ପକ୍ଷରୁ ଧାର୍ଯ୍ୟ ୨୧୯ ରନ୍ ଲକ୍ଷ୍ୟକୁ ପିଛା କରି ସିଏସ୍କେ ୧୯୧ ରନ୍ରେ ସୀମିତ ରହିଥିଲା। ସିଏସ୍କେକୁ ବିଜୟ ପାଇଁ ୨୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ୍ ଦରକାର ଥିଲା। ଶେଷ ଦୁଇ ଓଭରରୁ ୩୫ ରନ୍ ଥିବା ବେଳେ ଧୋନି-ଜାଡ଼େଜା ଯୋଡ଼ି ୧୯ତମ ଓଭରରୁ ୧୮ ରନ୍ […]

Samaya Live Picture
Published On

ବେଙ୍ଗାଲୁରୁ: ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍‌କେ) କୁ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ଲେଅଫରେ ପ୍ରବେଶ କରିଛି। ଆର୍ସିବି ପକ୍ଷରୁ ଧାର୍ଯ୍ୟ ୨୧୯ ରନ୍ ଲକ୍ଷ୍ୟକୁ ପିଛା କରି ସିଏସ୍କେ ୧୯୧ ରନ୍ରେ ସୀମିତ ରହିଥିଲା। ସିଏସ୍କେକୁ ବିଜୟ ପାଇଁ ୨୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ୍ ଦରକାର ଥିଲା। ଶେଷ ଦୁଇ ଓଭରରୁ ୩୫ ରନ୍ ଥିବା ବେଳେ ଧୋନି-ଜାଡ଼େଜା ଯୋଡ଼ି ୧୯ତମ ଓଭରରୁ ୧୮ ରନ୍ ଆଦାୟ କରିଥିଲେ। ୨୦ତମ ଓଭର ପ୍ରଥମ ବଲ୍କୁ ଧୋନି ୧୧୦ ମିଟରର ଲମ୍ବା ଛକା ମାରିଥିଲେ ମଧ୍ୟ ପରବର୍ତୀ ବଲ୍ରେ ଆଉଟ୍ ହୋଇଯିବାରୁ ୟଶ ଦୟାଲ ଶେଷ ୪ ବଲ୍ରେ ମାତ୍ର ୧ ରନ୍ ଦେଇ ଆର୍ସିବିକୁ ପ୍ଲେଅଫ୍ରେ ପହଞ୍ଚାଇଥିଲେ। ଋତୁରାଜ ଗାଏକ୍ବାଡ ଖାତା ଖୋଲି ପାରି ନଥିଲା ବେଳେ ରାଚିନ ରବୀନ୍ଦ୍ର ୬୧, ଅଜିଙ୍କ୍ୟ ରାହାଣେ ୩୩, ରବୀନ୍ଦ୍ର ଜାଡ଼େଜା ୪୨* ରନ୍ର ଯୋଗଦାନ ଦେଇଥିଲେ। ଧୋନି ଶେଷଆଡ଼କୁ ୧୩ ବଲ୍ରୁ ଦ୍ରୁତ ୨୫ ରନ୍ ଉଠାଇଥିଲେ। ଏଥିପୂର୍ବରୁ ସିଏସ୍କେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲାନ। କିନ୍ତୁ ବିରାଟ କୋହଲି (୪୭) ଓ ଫାଫ୍ ଡୁପ୍ଲେସିସ୍ (୫୪) ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ଏମାନଙ୍କ ପରେ ରଜତ ପଟିଦାର (୪୧), କାମେରନ୍ ଗ୍ରିନ୍ (୩୮*), ଗ୍ଲେନ୍ ମ୍ୟାକ୍ସୱେଲ୍ (୧୬), ଦୀନେଶ କାର୍ତ୍ତିକ (୧୪), ସମସ୍ତେ ଦ୍ରୁତ ରନ୍ ସଂଗ୍ରହ କରି ଦଳକୁ ୨୧୮/୫ରେ ପହଞ୍ଚାଇଥିଲେ। ଚେନ୍ନାଇର ଶାର୍ଦ୍ଦୁଳ ଠାକୁର ୨, ତୁଷାର ଦେଶପାଣ୍ଡେ ଓ ମିଚେଲ ସାଣ୍ଟନର ୧ ୱିକେଟ୍ ଲେଖାଏଁ ନେଇଥିୁଲେ।

Tags: