ସାଫ କପରେ ଭାରତ ୧୦-୦ ଗୋଲରେ ନେପାଳକୁ ହରାଇଲା
ଢାକା: ବାଂଲାଦେଶର ଢ଼ାକାରେ ଚାଲିଥିବା ସାଫ୍ କପ୍ ୧୯ ବର୍ଷରୁ କମ୍ ପ୍ରତିଯୋଗିତାରେ ଭାରତ ୧୦-୦ ଗୋଲ୍ରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଧରେ ୪ ଓ ଦ୍ବିତୀୟାର୍ଧରେ ୬ ଗୋଲ୍ ଦେଇ ଭାରତ ଏକତରଫା ବିଜୟ ଲାଭ କରିଛି। ଭାରତ ପାଇଁ ପୂଜା (୩୧, ୫୮, ୫୯, ୯୪ ମିନିଟ) ୪ ଏବଂ ଶିବାନୀ ଦେବୀ (୮, ୧୯, ୩୬ ମିନିଟ୍) ୩ ଗୋଲ୍ ଦେଇଥିବା ବେରଳେ ସୁଲଞ୍ଜନା ରାଉଳ (୫୩), […]
ଢାକା: ବାଂଲାଦେଶର ଢ଼ାକାରେ ଚାଲିଥିବା ସାଫ୍ କପ୍ ୧୯ ବର୍ଷରୁ କମ୍ ପ୍ରତିଯୋଗିତାରେ ଭାରତ ୧୦-୦ ଗୋଲ୍ରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଧରେ ୪ ଓ ଦ୍ବିତୀୟାର୍ଧରେ ୬ ଗୋଲ୍ ଦେଇ ଭାରତ ଏକତରଫା ବିଜୟ ଲାଭ କରିଛି। ଭାରତ ପାଇଁ ପୂଜା (୩୧, ୫୮, ୫୯, ୯୪ ମିନିଟ) ୪ ଏବଂ ଶିବାନୀ ଦେବୀ (୮, ୧୯, ୩୬ ମିନିଟ୍) ୩ ଗୋଲ୍ ଦେଇଥିବା ବେରଳେ ସୁଲଞ୍ଜନା ରାଉଳ (୫୩), ମେନେକା ଲୌରେମ୍ବାମ (୬୧) ଓ ଆରିନା ଦେବୀ (୭୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ ପରବର୍ତୀ ମ୍ୟାଚ୍ ରବିବାର ବାଂଲାଦେଶ ବିପକ୍ଷରେ ଖେଳିବ।




