ସାଫ୍ ଚାମ୍ପିଅନ୍ସିପରେ ଛେତ୍ରୀଙ୍କ ହ୍ୟାଟ୍ରିକ ଯୋଗୁଁ ଭାରତର ବିଜୟ ଅଭିଯାନ

ବେଙ୍ଗାଲୁରୁ: ସାଫ୍ ଚାମ୍ପିଅନ୍ସିପ୍ରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। କାନ୍ତୀରଭା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଉଦ୍ଘାଟନୀ ଦିବସର ଦ୍ବିତୀୟ ମ୍ୟାଚ୍ରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ୍ ଗୋଲ୍ ସହାୟତାରେ ଆୟୋଜକ ଭାରତ ୪-୦ ଗୋଲ୍ରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍-ଏ’ର ଏହି ମୁକାବିଲାରେ ଭାରତ ଦଶମ ମିନିଟ୍ରେ ଛେତ୍ରୀଙ୍କ ଗୋଲ୍ରେ ହିଁ ଅଗ୍ରଣୀ ନେଇଯାଇଥିଲା। ୧୫ତମ ମିନିଟ୍ରେ ବକ୍ସ ଭିତରେ ହ୍ୟାଣ୍ଡବଲ୍ ହେବାରୁ ଭାରତକୁ ପେନାଲ୍ଟି ମିଳିଥିଲା। ଏହି ସୁଯୋଗକୁ ଛେତ୍ରୀ ହାତଛଡ଼ା […]

Samaya Live Picture
Published On

ବେଙ୍ଗାଲୁରୁ: ସାଫ୍ ଚାମ୍ପିଅନ୍ସିପ୍ରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। କାନ୍ତୀରଭା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଉଦ୍ଘାଟନୀ ଦିବସର ଦ୍ବିତୀୟ ମ୍ୟାଚ୍ରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ୍ ଗୋଲ୍ ସହାୟତାରେ ଆୟୋଜକ ଭାରତ ୪-୦ ଗୋଲ୍ରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍-ଏ’ର ଏହି ମୁକାବିଲାରେ ଭାରତ ଦଶମ ମିନିଟ୍ରେ ଛେତ୍ରୀଙ୍କ ଗୋଲ୍ରେ ହିଁ ଅଗ୍ରଣୀ ନେଇଯାଇଥିଲା। ୧୫ତମ ମିନିଟ୍ରେ ବକ୍ସ ଭିତରେ ହ୍ୟାଣ୍ଡବଲ୍ ହେବାରୁ ଭାରତକୁ ପେନାଲ୍ଟି ମିଳିଥିଲା। ଏହି ସୁଯୋଗକୁ ଛେତ୍ରୀ ହାତଛଡ଼ା ନକରି ବଲ୍ ଗୋଲ୍ ପୋଷ୍ଟକୁ ପଠାଇ ଦେଇଥିଲେ। ୨-୦ରେ ଭାରତ ପ୍ରଥମାର୍ଦ୍ଧକୁ ଶେଷ କରିବା ପରେ ୭୪ତମ ମିନିଟ୍ରେ ଦଳକୁ ମିଳିଥିବା ଆଉ ଏକ ପେନାଲ୍ଟିକୁ ଛେତ୍ରୀ ଗୋଲ୍ରେ ପରିଣତ କରି ହ୍ୟାଟ୍ରିକ ଅର୍ଜନ କରିଥିଲେ। ୮୧ତମ ମିନିଟ୍ରେ ଅନୱାର ଅଲୀଙ୍କ ପାସ୍କୁ ଉଡ଼ାନ୍ତ ସିଂହ ଗୋଲ୍ ଦେଇ ସ୍ଥିତି ୪-୦ କରିଥିଲେ। ଏହା ପରେ ଆଉ ଗୋଲ୍ ନହେବାରୁ ଭାରତ ଏକତରଫା ବିଜୟୀ ହୋଇଥିଲା।

Tags: