ସାଫ୍ କପରେ ଭାରତ-କୁଏତ୍ ଖେଳାଳି ଠେଲାପେଲା ପରେ ମ୍ୟାଚ୍ ୧-୧ରେ ଡ୍ର

ବେଙ୍ଗାଲୁରୁ: ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଚାଲିଥିବା ସାଫ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଶେଷ ମ୍ୟାଚ୍କୁ ଭାରତ ଓ କୁଏତ ୧-୧ ଗୋଲ୍ରେ ଡ୍ର ରଖିଛନ୍ତି। ଉଭୟ ଦଳ ସେମିଫାଇନାଲରେ ପହଞ୍ଚି ସାରିଥିବାରୁ ଗ୍ରୁପ୍ ଶୀର୍ଷ ସ୍ଥାନ ଲାଗି କଡ଼ା ସଂଘର୍ଷ କରିଥିଲେ। ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ଅନିରୁଦ୍ଧ ଥାପ୍ପାଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ଅଧିନାୟକ ସୁନିଲ ଛେତ୍ରୀ (୪୫+୨ ମିନିଟ୍) ଭାରତକୁ ଅଗ୍ରଣୀ ଦେଇଥିଲେ। ଏଥିସହ ଛେତ୍ରୀ ଚଳିତ ପ୍ରତିଯୋଗିତାରେ ପଞ୍ଚମ ଏବଂ ନିଜ ଅନ୍ତର୍ଜାତୀୟ […]

Samaya Live Picture
Published On

ବେଙ୍ଗାଲୁରୁ: ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଚାଲିଥିବା ସାଫ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଶେଷ ମ୍ୟାଚ୍କୁ ଭାରତ ଓ କୁଏତ ୧-୧ ଗୋଲ୍ରେ ଡ୍ର ରଖିଛନ୍ତି। ଉଭୟ ଦଳ ସେମିଫାଇନାଲରେ ପହଞ୍ଚି ସାରିଥିବାରୁ ଗ୍ରୁପ୍ ଶୀର୍ଷ ସ୍ଥାନ ଲାଗି କଡ଼ା ସଂଘର୍ଷ କରିଥିଲେ। ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ଅନିରୁଦ୍ଧ ଥାପ୍ପାଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ଅଧିନାୟକ ସୁନିଲ ଛେତ୍ରୀ (୪୫+୨ ମିନିଟ୍) ଭାରତକୁ ଅଗ୍ରଣୀ ଦେଇଥିଲେ। ଏଥିସହ ଛେତ୍ରୀ ଚଳିତ ପ୍ରତିଯୋଗିତାରେ ପଞ୍ଚମ ଏବଂ ନିଜ ଅନ୍ତର୍ଜାତୀୟ ଗୋଲ୍ ସଂଖ୍ୟାକୁ ୯୨ରେ ପହଞ୍ଚାଇଥିଲେ। ନିୟମିତ ସମୟର ଶେଷ ମିନିଟ୍ରେ ଭାରତର ରହିମ ଅଲୀ ଓ କୁଏତର ହାମାଦ ଅଲ୍କାଲାଫ୍ ଠେଲାପେଲା ହେବାରୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ହୋଇଥିଲା। ରେଫରି ମଧ୍ୟ ହସ୍ତକ୍ଷେପ କରି ବିଫଳ ହୋଇଥିଲେ। ପରେ ଉଭୟ ରେଡ୍ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଏମାନଙ୍କ ସହିତ ଭାରତୀୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ୍ଙ୍କୁ ମଧ୍ୟ ପ୍ରତିଯୋଗିତାର ଦ୍ବିତୀୟ ରେଡ୍ କାର୍ଡ ଦିଆଯାଇଥିଲା। ଫଳରେ ଦ୍ବିତୀୟାର୍ଦ୍ଧର ଅତିରିକ୍ତ ସମୟରେ ଉଭୟ ଦଳ ୧୦ ଜଣରେ ଖେଳିଥିଲେ। ୯୦+୩ ମିନିଟ୍ରେ ଅବଦୁଲ୍ଲା ଅଲ୍ବୁସିଙ୍କ କ୍ରସ୍ ସଟ୍କୁ ଅଟକଉଥିଲା ବେଳେ ରହିମ୍ଙ୍କ ଗୋଡ଼ରେ ବଲ୍ ବାଜି ସିଧା ଭାରତୀୟ ଗୋଲ୍ପୋଷ୍ଟ୍ରେ ପ୍ରବେଶ କରିଥିଲା। ଏହି ଆତ୍ମଘାତୀ ଗୋଲ୍ ବଳରେ ମ୍ୟାଚ୍ ୧-୧ରେ ଶେଷ ହୋଇଥିଲା।

Tags: