ସାକିବ୍ ହେଲେ ସର୍ବାଧିକ ଟ୍ବେଣ୍ଟି-୨୦ ୱିକେଟ୍ ହାସଲକାରୀ
ଚଟ୍ଟୋଗ୍ରାମ : ବାଂଲାଦେଶ ଅଧିନାୟକ ସାକିବ ଅଲ୍ ହାସନ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି। ଚଟ୍ଟୋଗ୍ରାମରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ଅବସରରେ ସାକିବ୍ ୫ ୱିକେଟ୍ ସଫଳତା ନେଇଥିଲା ବେଳେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ସାକିବ୍ ବର୍ତ୍ତମାନ ୧୩୬ ଓ୍ବିକେଟ୍ ସହ ବୋଲରଙ୍କ ତାଲିକାରେ ଶୀର୍ଷରେ ପହଞ୍ଚିଥିଲା ବେଳେ ତାଙ୍କ ପଛକୁ ଟିମ୍ ସାଉଦି ୧୩୪ ୱିକେଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦ୍ବିତୟ ଟ୍ବେଣ୍ଟି-୨୦ କୁ ବାଂଲାଦେଶ ୭୭ […]
ଚଟ୍ଟୋଗ୍ରାମ : ବାଂଲାଦେଶ ଅଧିନାୟକ ସାକିବ ଅଲ୍ ହାସନ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି। ଚଟ୍ଟୋଗ୍ରାମରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ଅବସରରେ ସାକିବ୍ ୫ ୱିକେଟ୍ ସଫଳତା ନେଇଥିଲା ବେଳେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ସାକିବ୍ ବର୍ତ୍ତମାନ ୧୩୬ ଓ୍ବିକେଟ୍ ସହ ବୋଲରଙ୍କ ତାଲିକାରେ ଶୀର୍ଷରେ ପହଞ୍ଚିଥିଲା ବେଳେ ତାଙ୍କ ପଛକୁ ଟିମ୍ ସାଉଦି ୧୩୪ ୱିକେଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦ୍ବିତୟ ଟ୍ବେଣ୍ଟି-୨୦ କୁ ବାଂଲାଦେଶ ୭୭ ରନ୍ରେ ଜିତିଥିଲା। ବର୍ଷା ବିଳମ୍ବିତ ଏହି ମ୍ୟାଚ୍ ୧୭ ଓଭର ବିଶିଷ୍ଟ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩ ୱିକେଟ୍ ବିନିମୟରେ ୨୦୨ ରନ୍ କରିଥିଲା। ଲିଟନ ଦାସ (୮୩ ରନ୍, ୪୧ ବଲ୍) ଓ ରନି ତାଲୁକଦାର(୪୪ ରନ୍, ୨୩ ବଲ୍) ପ୍ରଥମ ୱିକେଟ୍ରେ ୫୬ ବଲ୍ରୁ ୧୨୪ ରନ୍ ଭାଗୀଦାରି କରିବା ସହ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ପରେ ସାକିବ୍ ଓ ତୋହିଦ୍ ହ୍ରିଦୟ (୨୪ ରନ୍, ୧୩ବଲ୍) ଦ୍ରୁତ ରନ୍ ସଂଗ୍ରହ କରି ଦଳକୁ ୨୦୦ ରନ୍ ପାଖରେ ପହଞ୍ଚାଇଥିଲେ। ସାକିବ୍ ୩୮ ରନ୍ କରି ଅପରାଜିତ ଥିଲେ। ହେଲେ ଆୟର୍ଲାଣ୍ଡ ନିୟମିତ ବିପର୍ଯ୍ୟୟର ସାମ୍ନା କରି ୯ ୱିକେଟ୍ ବିନିମୟରେ ୧୨୫ ରନ୍ କରିପାରିଥିଲା। କେବଳ କର୍ଟିସ କାମ୍ଫର (୫୦), ହାରି ଟେକ୍ଟର (୨୨) ଓ ଗ୍ରାହମ ହ୍ୟୁମି (୨୦) ଦୁଇ ଅଙ୍କ ସ୍କୋର କରିପାରିଥିଲେ। ସାକିବ୍ ତାଙ୍କ ଘାତକ ବୋଲିଂ ମଧ୍ୟରେ ରସ୍ ଆଡାୟର (୬), ଲୋର୍କାନ ଟକର (୫), ହାରି ଟେକ୍ଟର (୨୨), ଗାରେଥ ଡେଲାନି (୬) ଓ ଜର୍ଜ ଡକ୍ରେଲ୍ (୨)ଙ୍କୁ ଆଉଟ୍ କରିଥିଲେ। ତସ୍କିନ୍ ଅହମଦ ୩ ଓ ହାସନ ମହମୁଦ ୧ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସାକିବ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।




