ସାଉଦି କ୍ଲବ୍ ଅଲ୍-ଇତିହାଦ ସହ ଯୋଡ଼ି ହେଲେ କରିମ୍ ବେଞ୍ଜେମା

ରିୟାଧ: ଫ୍ରାନ୍ସର କରିମ ବେଞ୍ଜେମା ରିଅଲ୍ ମାଦ୍ରିଦ ଛାଡ଼ି ସାଉଦି ଆରବୀୟ କ୍ଲବ୍ ଅଲ୍-ଇତିହାଦରେ ଯୋଗ ଦେଇଛନ୍ତି। ବେଞ୍ଜେମାଙ୍କ ସହ ଅଲ୍-ଇତିହାଦ ୩ ବର୍ଷୀୟ ଚୁକ୍ତି କରିଥିବା ନେଇ ବୁଧବାର ଏହି କ୍ଲବ୍ ସ୍ପଷ୍ଟ କରିଛି। ପୂର୍ବତନ ରିଅଲ୍ ମାଦ୍ରିଦ ସାଥୀ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରେ ବେଞ୍ଜେମା ଗଲ୍ଫ ରାଷ୍ଟ୍ର ସହ ଚୁକ୍ତି କରିଛନ୍ତି। ୫ ଥରର ବିଶ୍ବର ଶ୍ରେଷ୍ଠ ଖେଳାଳି ପୁରସ୍କାରପ୍ରାପ୍ତ ରୋନାଲ୍ଡୋ ଗତ ବର୍ଷ ବିଶ୍ବକପ୍ ପରେ ମାଞ୍ଚେଷ୍ଟର ୟୁନାଇଟେଡ୍ ଛାଡ଼ି […]

Samaya Live Picture
Published On

ରିୟାଧ: ଫ୍ରାନ୍ସର କରିମ ବେଞ୍ଜେମା ରିଅଲ୍ ମାଦ୍ରିଦ ଛାଡ଼ି ସାଉଦି ଆରବୀୟ କ୍ଲବ୍ ଅଲ୍-ଇତିହାଦରେ ଯୋଗ ଦେଇଛନ୍ତି। ବେଞ୍ଜେମାଙ୍କ ସହ ଅଲ୍-ଇତିହାଦ ୩ ବର୍ଷୀୟ ଚୁକ୍ତି କରିଥିବା ନେଇ ବୁଧବାର ଏହି କ୍ଲବ୍ ସ୍ପଷ୍ଟ କରିଛି। ପୂର୍ବତନ ରିଅଲ୍ ମାଦ୍ରିଦ ସାଥୀ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରେ ବେଞ୍ଜେମା ଗଲ୍ଫ ରାଷ୍ଟ୍ର ସହ ଚୁକ୍ତି କରିଛନ୍ତି। ୫ ଥରର ବିଶ୍ବର ଶ୍ରେଷ୍ଠ ଖେଳାଳି ପୁରସ୍କାରପ୍ରାପ୍ତ ରୋନାଲ୍ଡୋ ଗତ ବର୍ଷ ବିଶ୍ବକପ୍ ପରେ ମାଞ୍ଚେଷ୍ଟର ୟୁନାଇଟେଡ୍ ଛାଡ଼ି ଅଲ୍ ନାସେର କ୍ଲବ୍ରେ ଯୋଗ ଦେଇଥିଲେ। ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍ଜି) ସହ ଦୁଇ ବର୍ଷ ଚୁକ୍ତି କରିଥିବା ଲିଓନେଲ ମେସି ମଧ୍ୟ ସାଉଦି ଆରବ ଆସିବାକୁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି। କିନ୍ତୁ ବାର୍ସିଲୋନା ଯିବା ପାଇଁ ମେସିଙ୍କ ଆଗ୍ରହ ଥିଲେ ବି ଅନ୍ୟ ଏକ କ୍ଲବ୍ ତରଫରୁ ମଧ୍ୟ ତାଙ୍କୁ ଅଫର୍ ଆସିଥିବା କୁହାଯାଉଛି।

Tags: