ସର୍ବାଧିକ ମ୍ୟାଚ୍‌ ଓ ଗୋଲ୍‌ ଦେବାରେ ରେକର୍ଡ କଲେ ରୋନାଲ୍ଡୋ

ନୂଆଦିଲ୍ଲୀ, ୨୪/୩: ପର୍ତ୍ତୁଗାଲ୍‌ର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଦୁଇଟି ନୂଆ ରେକର୍ଡ କରିଛନ୍ତି। ୟୁରୋ କପ୍‌ ୨୦୨୪ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଅବସରରେ ଲିଚଟେନ୍‌ଷ୍ଟେନ୍‌କୁ ୪-୦ ଗୋଲ୍‌ରେ ପର୍ତ୍ତୁଗାଲ ହରାଇଥିଲା। ଏହି ମ୍ୟାଚ୍‌ ଜରିଆରେ ରୋନାଲ୍ଡୋ ୧୯୭ ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଯାହାକି କୌଣସି ଫୁଟବଲ ଖେଳାଳିଙ୍କ କ୍ଷେତ୍ରରେ ସର୍ବାଧିକ ମ୍ୟାଚ୍‌। ସେହିପରି ଉକ୍ତ ମ୍ୟାଚ୍‌ରେ ସେ ୨ଟି ଗୋଲ୍‌ ସ୍କୋର କରିଥିଲେ। ଯାହାଫଳରେ ତାଙ୍କର ଆନ୍ତର୍ଜାତିକ ଗୋଲସଂଖ୍ୟା ୧୨୦ରେ ପହଞ୍ଚିଥିଲା। ଏହା […]

Samaya Live Picture
Published On

ନୂଆଦିଲ୍ଲୀ, ୨୪/୩: ପର୍ତ୍ତୁଗାଲ୍‌ର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଦୁଇଟି ନୂଆ ରେକର୍ଡ କରିଛନ୍ତି। ୟୁରୋ କପ୍‌ ୨୦୨୪ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଅବସରରେ ଲିଚଟେନ୍‌ଷ୍ଟେନ୍‌କୁ ୪-୦ ଗୋଲ୍‌ରେ ପର୍ତ୍ତୁଗାଲ ହରାଇଥିଲା। ଏହି ମ୍ୟାଚ୍‌ ଜରିଆରେ ରୋନାଲ୍ଡୋ ୧୯୭ ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଯାହାକି କୌଣସି ଫୁଟବଲ ଖେଳାଳିଙ୍କ କ୍ଷେତ୍ରରେ ସର୍ବାଧିକ ମ୍ୟାଚ୍‌। ସେହିପରି ଉକ୍ତ ମ୍ୟାଚ୍‌ରେ ସେ ୨ଟି ଗୋଲ୍‌ ସ୍କୋର କରିଥିଲେ। ଯାହାଫଳରେ ତାଙ୍କର ଆନ୍ତର୍ଜାତିକ ଗୋଲସଂଖ୍ୟା ୧୨୦ରେ ପହଞ୍ଚିଥିଲା। ଏହା ମଧ୍ୟ ତାଙ୍କର ଅନ୍ୟତମ ରେକର୍ଡ। ୨୦୦୩ ମସିହାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ରୋନାଲ୍ଡୋ ପ୍ରଥମ ଖେଳାଳି ଭାବେ ୫ ବିଶ୍ବକପ୍‌ରେ ଗୋଲ୍‌ କରିଥିଲେ। ବର୍ତ୍ତମାନ ସେ ସାଉଦି ଆରବର କ୍ଲବ୍‌ ଅଲ୍‌ ନାସର ପାଇଁ ପେସାଦାର ଫୁଟବଲ ଖେଳୁଛନ୍ତି।

Tags: