ସବୁଠୁ ଅଧକ ୫୦+ ରନ୍ କରିବାରେ କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ୍

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ପାକିସ୍ତାନ ଜିତିବା ସହ ଅଧିନାୟକ ବାବର ଆଜମ୍ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡଠୁ ପରାସ୍ତ ହୋଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳାରେ ୨-୧ ଅଗ୍ରଣୀ ପାଇଛି। ତୃତୀୟ ମ୍ୟାଚ୍ରେ ଘରୋଇ ଦଳକୁ ପାକିସ୍ତାନ ୬ ୱିକେଟ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ବାବର ୪୨ ବଲ୍ରୁ ୫ଛକା ଓ ୬ଚୌକା ସହାୟତାରେ ୭୫ ରନ୍ ସଂଗ୍ରହ କରିଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ପାକିସ୍ତାନ ଜିତିବା ସହ ଅଧିନାୟକ ବାବର ଆଜମ୍ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡଠୁ ପରାସ୍ତ ହୋଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳାରେ ୨-୧ ଅଗ୍ରଣୀ ପାଇଛି। ତୃତୀୟ ମ୍ୟାଚ୍ରେ ଘରୋଇ ଦଳକୁ ପାକିସ୍ତାନ ୬ ୱିକେଟ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ବାବର ୪୨ ବଲ୍ରୁ ୫ଛକା ଓ ୬ଚୌକା ସହାୟତାରେ ୭୫ ରନ୍ ସଂଗ୍ରହ କରିଥିଲେ। ଏହାଫଳରେ ୫୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରିବାରେ ସେ କୋହଲିଙ୍କୁ ପଛରେ ପକାଇଛନ୍ତି। କୋହଲି ୩୮ଥର ୫୦+ ରନ୍ କରିଥିଲା ବେଳେ ବାବର ଏହି ମ୍ୟାଚ୍ରେ ବ୍ୟକ୍ତିଗତ ସ୍କୋର ଜରିଆରେ ୩୯ଥର ଅର୍ଦ୍ଧଶତକ କିମ୍ବା ତାହାଠୁ ଅଧିକ ରନ୍ କରିଛନ୍ତି। ଏହା ସହିତ ବାବର ପ୍ରଥମ ପାକିସ୍ତାନୀ ବ୍ୟାଟର ଭାବେ ଏହି ଫର୍ମାଟ୍ରେ ଗୋଟିଏ ଓଭରରୁ ୨୫ ରନ୍ ସଂଗ୍ରହର କୀର୍ତ୍ତିମାନ କରିଛନ୍ତି।

Tags: