ସପ୍ତମ ଥର ଏଫ୍ଏ କପ୍ ଚାମ୍ପିଅନ୍ ହେଲା ମାଞ୍ଚେଷ୍ଟର ସିଟି
ୱେମ୍ବଲେ: ମାଞ୍ଚେଷ୍ଟର ସିଟି ଏଫ୍ଏ କପ୍ ୨୦୨୩ର ଚାମ୍ପିଅନ୍ ହୋଇଛି। ଫାଇନାଲ୍ରେ ଏହି ଦଳ ନିଜ ସହର ପ୍ରତିନ୍ଦ୍ବନ୍ଦ୍ବୀ ମାଞ୍ଚେଷ୍ଟର ୟୁନାଇଟେଡ୍କୁ ୨-୧ ଗୋଲ୍ରେ ପରାସ୍ତ କରିଥିଲା। ଇଲକେ ଗୁଣ୍ଡୋଗାନ (୧, ୫୧ ମିନିଟ୍)ଙ୍କ ଯୁଗଳ ଗୋଲ୍ରେ ମାଞ୍ଚେଷ୍ଟର ସିଟି ସପ୍ତମ ଥର ଲାଗି ଏହି ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍ର ୧୨ତମ ସେକେଣ୍ଡରେ ଗୁଣ୍ଡୋଗାନଙ୍କ ଗୋଲ୍ରେ ମାଞ୍ଚେଷ୍ଟର ସିଟି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏଥିସହ ଏହି ଗୋଲ୍ ଇତିହାସର ଦ୍ରୁତତମ ଗୋଲ୍ର ମାନ୍ୟତା ପାଇଥିଲା। […]
ୱେମ୍ବଲେ: ମାଞ୍ଚେଷ୍ଟର ସିଟି ଏଫ୍ଏ କପ୍ ୨୦୨୩ର ଚାମ୍ପିଅନ୍ ହୋଇଛି। ଫାଇନାଲ୍ରେ ଏହି ଦଳ ନିଜ ସହର ପ୍ରତିନ୍ଦ୍ବନ୍ଦ୍ବୀ ମାଞ୍ଚେଷ୍ଟର ୟୁନାଇଟେଡ୍କୁ ୨-୧ ଗୋଲ୍ରେ ପରାସ୍ତ କରିଥିଲା। ଇଲକେ ଗୁଣ୍ଡୋଗାନ (୧, ୫୧ ମିନିଟ୍)ଙ୍କ ଯୁଗଳ ଗୋଲ୍ରେ ମାଞ୍ଚେଷ୍ଟର ସିଟି ସପ୍ତମ ଥର ଲାଗି ଏହି ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍ର ୧୨ତମ ସେକେଣ୍ଡରେ ଗୁଣ୍ଡୋଗାନଙ୍କ ଗୋଲ୍ରେ ମାଞ୍ଚେଷ୍ଟର ସିଟି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏଥିସହ ଏହି ଗୋଲ୍ ଇତିହାସର ଦ୍ରୁତତମ ଗୋଲ୍ର ମାନ୍ୟତା ପାଇଥିଲା। ୩୩ତମ ମିନିଟ୍ରେ ୟୁନାଇଟେଡ୍ରେ ବ୍ରୁନୋ ଫର୍ଣ୍ଣାଡିଜ୍ ଏହି ଗୋଲ୍ ଶୁଝି ସ୍ଥିତି ସମାନ କରିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ୫୧ତମ ମିନିଟ୍ରେ ଗୁଣ୍ଡୋଗାନ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେବା ସହ ଦଳକୁ ୨-୧ରେ ଆଗୁଆ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନହେବାରୁ ମାଞ୍ଚେଷ୍ଟର ସିଟି ବିଜୟୀ ହୋଇଥିଲା।




